ନୂଆଦିଲ୍ଲୀ,୧୩।୧୦: କୋଲକାତାର ଆରଜି କର ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।  ଅନଶନରେ ବସିଥିବା ଡାକ୍ତର ଅନୁସ୍ତୁପ ମୁର୍ଖାଜୀ ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଦର୍ଶନରେ ବସିଥିବା ଜୁନିଅର ଡାକ୍ତର ରବିବାରକୁ ୧୦ ଦିନ ହେବ ଅନଶନରେ ଅଛନ୍ତି। ତେବେ ଶନିବାର ରାତିରେ ଅନୁସ୍ତୁପଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲର କ୍ରିଟିକାଲ କେୟର ୟୁନିଟ(ସିସିୟୁ)ରେ ଭର୍ତ୍ତି କରାଯାଇଥିଲା। ସେ ଗତ ୪୮ ଘଣ୍ଟାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତୃତୀୟ ଜୁନିଅର ଡାକ୍ତର। ମୁଖାର୍ଜୀଙ୍କ ପୂର୍ବରୁ ଡାକ୍ତର ଅନିକେତ ମାହାତୋ ଓ ଡାକ୍ତର ଆଲୋକ ବର୍ମା ଆରଜିକର ହସ୍ପିଟାଲ ଓ ନର୍ଥ ବେଙ୍ଗଲ ମେଡିକାଲ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। 

ଡାକ୍ତରମାନେ ୧୦ ସୁତ୍ରୀୟ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଟ୍ରେନି ମହିଳା ଡାକ୍ତରଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ କଠିନ ଦଣ୍ଡ ଓ ସରକାରୀ ହସ୍ପିଟାଲରେ ଭ୍ରଷ୍ଟାଚାର ମାମଲାରେ ସାମିଲ ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ ରାଜ୍ୟର ସ୍ବାସ୍ଥ୍ୟ ସଚିବ ନାରାୟଣ ସ୍ବରୂପ ନିଗମଙ୍କୁ ହଟାଇବାର ଦାବି କରିଛନ୍ତି।

 ଜବାହରଲାଲ ନେହରୁ ମେମୋରିଆଲ ହସ୍ପିଟାଲ କଲ୍ୟାଣୀର ପ୍ରାୟ ୭୭ ଡାକ୍ତର ରବିବାର ଜୁନିଅର ଡାକ୍ତରଙ୍କୁ ଦାବି ନାମନି ସାମୁହିକ ରୂପରେ ଇସ୍ତଫା ଦେବାର ଧମକ ଦେଇଛନ୍ତି। ୮ ସରକାରୀ ହସ୍ପିଟାଲ ସମ୍ପର୍କିତ ଶତାଧିକ ଡାକ୍ତର, ଶିକ୍ଷକ ଓ ପ୍ରଫେସର ପୂର୍ବରୁ ହିଁ ଜୁନିଅର ଡାକ୍ତରଙ୍କ ସହ ନିଜର ଲକଜୁଟତା ବ୍ୟକ୍ତ କରିବା ପାଇଁ ସାମୁହିକ ଇସ୍ତଫା ପତ୍ର ଉପରେ ସ୍ବାକ୍ଷର କରିସାରିଛନ୍ତି।