ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସୁପ୍ରିମକୋର୍ଟରେ ପହଁଞ୍ଚିଲା କୋଲକାତା ଆଇନଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ସିବିଆଇ ତଦନ୍ତ ଦାବି

Published By : Harapriya Biswal | June 30, 2025 2:31 PM

ନୂଆଦିଲ୍ଲୀ,୩୦।୬: ସୁପ୍ରିମକୋର୍ଟରେ ପହଁଞ୍ଚିଲା କୋଲକାତା ଆଇନ ଛାତ୍ରଙ୍କୁ ଗଣଦୁଷ୍କର୍ମ ମାମଲା। ଏହି ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ଆଇନଜୀବି ସତ୍ୟମ ସିଂହ ସୋମବାର ଆବେଦନ ଦାଖଲ କରି କୋର୍ଟଙ୍କ ତଦାରଖରେ ସିବିଆଇ ଯାଞ୍ଚ ଦାବି କରିଛନ୍ତି। 

ଆବେଦନରେ କୁହାଯାଇଛି ଯେ, ଧାର୍ଯ୍ୟ ସମୟସୀମାରେ ମାମଲାର ତଦନ୍ତ କରାଯାଉ। ପୀଡିତା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ। ଏହା ସହ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ଶିକ୍ଷା ସଂସ୍ଥାନରେ କିଭଳି ସୁରକ୍ଷା ବ୍ୟବସ୍ଥା ବଢାଯିବ ସେ ନେଇ ପଦକ୍ଷେପ ନିଅନ୍ତୁ। ପୀଡିତାଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦିଅନ୍ତୁ।   ପୀଡିତାଙ୍କ ବିଷୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କ ଅପମାନଜନକ ବୟାନକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। 

୨୫ ଜୁନ୍‌ରେ ସାଉଥ୍ କୋଲକାତାରେ ଲ’ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ପୂର୍ବତନ ଛାତ୍ରମାନେ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲା ସାମନାକୁ ଆସିବା ପରେ ବିଜେପି ଓ କଂଗ୍ରେସ କଡ଼ା ବିରୋଧ କରିଛି। ଏହା ସହ ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ରବିବାର କହିଛି , ସହରରର ଖିଦରପୁର ଅଞ୍ଚଳରେ ବିଜେପିର ଯୁବ ଶାଖା ସଦସ୍ୟ ହାତିବାଗାନ ଅଞ୍ଚଳରେ ରାଲି ବାହାର କରିଥିଲା।  ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଖରାପ ହେଉଥିବା ନେଇ ଅଭିଯୋଗ କରିଥିଲା। ଏହା ସହ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ଦାବି କରିଛି ଦଳ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.