ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

''ସେମାନଙ୍କ ଗୋଡ଼ ଧରି ନେହୁରା ହୋଇଥିଲି ହେଲେ ଛାଡ଼ିଲେନି''; FIRରେ କେଲକାତା ଲ' କଲେଜ ଗଣଦୁଷ୍କର୍ମର ବର୍ବରତା

Published By : Ankita S | June 28, 2025 11:15 AM

କୋଲକାତା,୨୮/୦୬: ଦେଶକୁ ଦୋହଲାଇ ଦେଇଥିବା ଆରଜି କର ଡାକ୍ତର ଦୁଷ୍କର୍ମ ମାମଲା ମନରୁ ଲିଭିନାହିଁ । ପୁଣି କୋଲକାତାରେ ଆଉ ଏକ ଲଜ୍ଜା । ସାଉଥ କେଲକାତା ଲ' କଲେଜରେ ଆଇନ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଅଭିଯୋଗ ତଥ୍ୟରୁ ଘଟଣାର ବର୍ବରତା ସାମ୍ନାକୁ ଆସିଛି । ଛାଡି଼ଦେବାକୁ ଅଭିଯୁକ୍ତଙ୍କ ଗୋଡ଼ ଧରିଥିଲେ ପୀଡିତା ହେଲେ ସେ ତାଙ୍କୁ ଛାଡିନଥିବା ଏଫଆରରୁ ସାମ୍ନାକୁ ଆସିଛି । ଯାହା ପ୍ରମାଣ କରୁଛି କେତେ ବର୍ବର, ଅମାନୁଷିକ ସେମାନେ । ସେମାନଙ୍କ ପାଖରେ ମାନବିକତା ମରିଯାଇଥିଲା ।

ଦକ୍ଷିଣ କୋଲକାତାର ଏକ ଲ’କଲେଜରେ ଜଣେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ  ମାମଲା ସାମ୍ନାକୁ ଆସିଛି । ଘଟଣାଟି ୨୫ ଜୁନ୍‌ର ।  ରାତି ପ୍ରାୟ ୧୦ଟା ହେବ । କଲେଜର ଗ୍ରାଉଣ୍ଡ ଫ୍ଲୋରର ଏକ ଗାର୍ଡ ରୁମ୍‌ରେ ଅଭିଯୁକ୍ତମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ । ଏହାପରେ ଛାତ୍ରୀଜଣକ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମନୋଜିତ ମିଶ୍ର, ଜୈବ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀ । ମନୋଜିତ୍‌ ମିଶ୍ର ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।

ଜୁନ୍‌ ୨୬ରେ ମାମଲାରେ ଏଫଆଇଆର ହୋଇଥିଲା । ଅଭିଯୋଗରେ ଦର୍ଶାଯାଇଛି କି, ମନୋଜିତ୍‌ ପୀଡ଼ିତାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାଙ୍କର ପୂର୍ବରୁ ଜଣେ ବୟଫ୍ରେଣ୍ଡ ଥିବା ଦର୍ଶାଇ ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଘଟଣା ଦିନ ସେ ଫର୍ମ ପୂରଣ ଲାଗି କଲେଜ ଯାଇଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଅଟକାଇଥିଲେ । ପରେ ଗ୍ରାଉଣ୍ଡ ଫ୍ଲୋରର ଏକ କୋଠରୀକୁ ନେଇ ମେନ୍‌ ଗେଟ୍‌ ବନ୍ଦ କରିଦେଇଥିଲେ । ଏହି ସମୟରେ ତାଙ୍କୁ ଛାଡ଼ିବାକୁ ସେ ଅଭିଯୁକ୍ତଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ । ଜଘନ୍ୟ କାଣ୍ଡ ଘଟାଇଥିଲେ । ଅଭିଯୁକ୍ତମାନେ ତାର ଭିଡିଓ କରିଥିଲେ । କେବଳ ସେତିକି ନୁହେଁ, ହକି ଷ୍ଟିକ୍‌ରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ବି କରିଥିଲେ । ପରେ ଘଟଣା ସଂପର୍କରେ କାହାକୁ କହିଲେ ଭିଡିଓକୁ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲେ । 

ପଢା ସରିବା ପରେ ବି କଲେଜ ଉପରେ ଥିଲା କଣ୍ଟ୍ରୋଲ- ଦୁଇ ଅଭିଯୁକ୍ତ  ଜୈବ୍‌ ଓ ପ୍ରମିତ ଏବେ କଲେଜରେ ପଢୁଛନ୍ତି । ମନୋଜିତ କଲେଜର ପୂର୍ବତନ ଛାତ୍ର । ସେ ଓକିଲ ଥିବା ଜଣାପଡିଛି । ତାଙ୍କୁ ସଂସ୍ଥାନର ଗଭର୍ନିଂ ବଡିରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । ମନୋଜିତ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ପାଠପଢା ସରିବା ପରେ ବି କଲେଜ ଉପରେ ମନୋଜିତ୍‌ର କଣ୍ଟ୍ରୋଲ ଥିଲା ।  ଏହା ସହିତ ସେ ଟିଏମ୍‌ସିର ଛାତ୍ର ନେତା ଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.