ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋଲକାତା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆରଜି କର ହସ୍ପିଟାଲରେ ପୀଡିତାଙ୍କ ମୂର୍ତ୍ତିକୁ ନେଇ ବିବାଦ

Published By : Harapriya Biswal | October 3, 2024 5:02 PM

ନୂଆଦିଲ୍ଲୀ,୩।୧୦: କୋଲକାତା ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ପୀଡିତା ଡାକ୍ତରଙ୍କ ମୂର୍ତ୍ତି ସ୍ଥାପିତ କରିବାକୁ ନେଇ ବିବାଦ ।ଏହି ମୂର୍ତ୍ତିକୁ ବିରୋଧ ପ୍ରଦର୍ଶନ କରୁଥିବା ଜୁନିଅର ଡାକ୍ତରମାନେ ତିଆରି କରିଛନ୍ତି। ମୂର୍ତ୍ତି ତିଆରି କରିଥିବା କଳାକାର ଅସିତ୍ ସେନ୍ କହିଛନ୍ତି, ‘କ୍ରାଏ ଅଫ୍ ଦ ଆଓ୍ବାର’ ନାମକ ଏହି ପ୍ରତିମାରେ ପୀଡିତାଙ୍କ ଜୀବନର ଶେଷ ମୁହୂର୍ତ୍ତର କଷ୍ଟ ଓ ଭୟକୁ ଦର୍ଶା ଯାଇଛି। ଏକ ଉଚ୍ଚ ସ୍ଲାବ୍‌ ଉପରେ ସ୍ଥାପିତ ଏହି ମୂର୍ତ୍ତିରେ ଜଣେ ମହିଳାଙ୍କ ଭଳି ଆକୃତି କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହାକୁ ଆରଜିକର ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟ ପାଖରେ ଲଗାଯାଇଛି। ହସ୍ପିଟାଲର ଜୁନିଅର ଡାକ୍ତର କହିଛନ୍ତି, ଏହି ପ୍ରତିମା ପୀଡିତାଙ୍କର ନୁହେଁ, ସେ ସହିଥିବା କଷ୍ଟ ଓ ନିର୍ଯାତନାର ଏବଂ ଚାଲୁଥିବା ବିରୋଧର ପ୍ରତୀକ।’

ତେବେ ଟ୍ରେନିଂ ଡାକ୍ତରଙ୍କ ମୂର୍ତ୍ତି ସ୍ଥାପନାକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ବହୁ ଲୋକ ଏହାକୁ ନିନ୍ଦା କରିଛନ୍ତି। ଏହାକୁ ଅପମାନଜନକ ଓ ସମ୍ବେଦନଶୀଳ ବୋଲି କହିଛନ୍ତି। ଜଣେ ୟୁଜର ସୋସିଆଳ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, କ’ଣ ଆପଣ ଚାହିଁବେ ତାଙ୍କର ପ୍ରତିମୂର୍ତ୍ତି ଲଗାଯାଉ ? ତାଙ୍କର ପୀଡା ଭରା ମୁହଁ ସହ ଏଭଳି କର ନାହିଁ। ଅନେକ ସୋସିଆଲ ମିଡିଆ ୟୁଜର ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ କହିଛନ୍ତି। 

ଟିଏମ୍‌ସି ନେତା କୁନାଲ ଘୋଷ  ଟ୍ରେନି ମହିଳା ଡାକ୍ତରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିବା ନେଇ ଜୁନିଅର ଡାକ୍ତରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୀଡିତାଙ୍କ ନାଁ ଏବଂ ପରିଚୟ ଲୋକ ଲୋଚନକୁ ଆଣିବା ସୁପ୍ରିମକୋର୍ଟଙ୍କ ଗାଇଡଲାଇନର ବିରୋଧ। କୌଣସି ଦାୟିତ୍ବବାନ୍ ବ୍ୟକ୍ତି ଏଭଳି କରିପାରିବନି। କଳାର ନାମରେ ବି ନୁହେଁ। ବିରୋଧ ପ୍ରଦର୍ଶନ ହେବ ଓ ନ୍ୟାୟ ମାଗି ହେବ। କିନ୍ତୁ ମୂର୍ତ୍ତି ଭିତରେ କଷ୍ଟରେ ଛଟପଟ ହେଉଥିବା ଗୋଟେ ଝିଅର ଚେହେରାକୁ ଦେଖାଇବା ଠିକ୍ ନୁହେଁ। ପୀଡିତାଙ୍କ ଫଟୋ କିମ୍ବା ମୂର୍ତ୍ତିର ବ୍ୟବହାର ନକରିବାର ଗାଇଡଲାଇନ ରହିଛି। ’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.