କୋଣାର୍କ, ୮।୨: ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ଇକୋ ରିଟ୍ରିଟ୍ ପରିଚୟ-୨୦୨୬ ଅନୁଷ୍ଠିତ । ଫୁଡିଜ୍ ଅଫ ଭୁବନେଶ୍ୱର, ଚଲୋ ଓଡ଼ିଶା ପକ୍ଷରୁ ପର୍ଯ୍ୟଟନ ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମରେ ଶତାଧିକ ଡିଜିଟାଲ କ୍ରିଏଟର୍, ଫଟୋଗ୍ରାଫର, ଫିଲ୍ମମେକର, କଳାକାର ଓ କଥା କାହାଣୀକାରମାନେ ଏକ ମଞ୍ଚରେ ଏକତ୍ରିତ ହୋଇ ମତ ବିନିମୟ କରିଥିଲେ ।

ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନର ବିକାଶ, ଓଡ଼ିଆ ସଂସ୍କୃତି ଓ ହାତକଳାର ପ୍ରଚାର ସହ ଓଡ଼ିଶାର ସୃଜନଶୀଳ ବିକାଶ ବିଷୟରେ ଆଲୋଚନା ହୋଇଥିଲା । ଖାଦ୍ୟ, ଭ୍ରମଣ, କଳା, ସଂସ୍କୃତି ଓ ଡିଜିଟାଲ ମିଡିଆ କ୍ଷେତ୍ରରୁ ଶତାଧିକ କ୍ରିଏଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ... ଡିଜିଟାଲ ମିଡ଼ିଆ ଏଡିଟରର୍ସ ଏବଂ ଓନରର୍ସ କାର୍ଯ୍ୟକାରିଣୀ ବୈଠକ, ଲୋଗୋ ଉନ୍ମୋଚିତ