ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋଣାର୍କ ଇକୋ ରିଟ୍ରିଟ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Published By : Ladu Kishor | December 13, 2024 8:53 PM

କୋଣାର୍କ,୧୩।୧୨ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ଆରମ୍ଭ ହୋଇଛି କୋଣାର୍କ ଇକୋ ରିଟ୍ରିଟର ଷଷ୍ଠ ସଂସ୍କରଣ। ଶୁକ୍ରବାର ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଇକୋ ରିଟ୍ରିଟ କୋଣାର୍କରୁ ଆରମ୍ଭ ହୋଇ ଏବେ ୭ଟି ସ୍ଥାନରେ ଚାଲିଛି। ଆମ ଅଞ୍ଚଳ ପାଇଁ ଏହା ନୂଆ ସମ୍ଭାବନାର ପର୍ଯ୍ୟଟନ ଆଣିଦେବ। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆମ ବେଳାଭୂମି ପ୍ରସ୍ତୁତ ରହିଥିବା କହିଥିଲେ। ବେଳାଭୂମିରେ ୭୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି।

ଏହି ତମ୍ବୁଘରେ ଗୋଟିଏ ରାତି ପାଇଁ ୫ହଜାର ଟଙ୍କାରୁ ୨୭ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ପର୍ଯ୍ୟଟକ ମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ଆସନ୍ତା ୧୫ତାରିଖରୁ ବୁକିଙ୍ଗ କରିଥିବା ପର୍ଯ୍ୟଟକ ମାନେ ତମ୍ବୁ ଘରେ ରହିବେ। ଏହି ଉଦଘାଟନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ସତ୍ଯବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ବଲଓ୍ବନ୍ତ ସିଂ, ସ୍ବତନ୍ତ୍ର ସଚିବ ବାଲ ମୁକୁନ୍ଦ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରଓ୍ବାଲ, ଜିଲ୍ଲା ବନ ଅଧିକାରୀ ବିବେକ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଏହା ଆସନ୍ତା ୩ମାସ ଧରି ଚାଲିବ ବୋଲି ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ପ୍ରକାଶ କରିଛନ୍ତି। ଏହି ମହୋତ୍ସବକୁ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପୁରୀ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପସଚିବ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.