ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ, ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

Published By : Prameya | November 24, 2024 2:50 PM

କୋଣାର୍କ,୨୪/୧୧: ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ  ହେବ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ  ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏଥିନିମନ୍ତେ ପର୍ଯ୍ୟଟନ  ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ମୁକ୍ତାକାଶ  ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶିଳ୍ପୀଙ୍କୁ ନେଇ ବାଲୁକା  କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ ।  

ମୁକ୍ତାକାଶ ରଙ୍ଗମଞ୍ଚକୁ ଆକର୍ଷଣୀୟ କରିବା ଲାଗି  ଗ୍ରୀନ୍‌ ରୁମ୍‌ ମରାମତି, ପାଚେରିରେ ପାରମ୍ପରିକ ଝୋଟି ଓ  ଚିତା ରଙ୍ଗ, ଶବ୍ଦ ଓ ଆଲୋକ ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ  ସାଜସଜା, ଯାତ୍ରୀ ନିବାସର ରୁମ୍‌ ମରାମତି ଆଦି କାର୍ଯ୍ୟ  ଆଗେଇ ଚାଲିଛି ।  ରଙ୍ଗମଞ୍ଚ ପରିସରରେ ଥିବା ବଡ଼ ବଡ଼ ଗଛରେ  ଚାନ୍ଦୁଆ ଓ ଏଲ୍‌ଇଡି ଆଲୋକମାଳା ଶୋଭା ବଢ଼ାଉଛି ।  

ରଙ୍ଗମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୮ଟା  ପର୍ଯ୍ୟନ୍ତ ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷଣ ହେବ  ଓଡ଼ିଶୀ, କଥକ, ମଣିପୁରୀ, କୁଚିପୁଡ଼ି, ଭାରତନାଟ୍ୟମ୍‌,  ମୋହିନୀଆଟ୍ଟମ୍‌ । ରଙ୍ଗମଞ୍ଚ ଗ୍ୟାଲେରିରେ ୧୪ଶହ  ଦର୍ଶକ ବସିବା ଭଳି ବ୍ୟବସ୍ଥା ହୋଇଛି । ଟିକଟର ମୂଲ୍ୟ  ପାଞ୍ଚ ଦିନ ପାଇଁ ସିଜିନ୍‌(୪ଶହ), ଦୈନିକ ୧ଶହ ଟଙ୍କା  ଓ ୨୦ଟଙ୍କା । ଓଟିଡିସି ପକ୍ଷରୁ ଭୁବନେଶ୍ୱର ଓ ପୁରୀରୁ  ସ୍ୱତନ୍ତ୍ର ପ୍ୟାକେଜ୍‌ ଟୁର ବ୍ୟବସ୍ଥା ରହିଛି । ଏଥିସହିତ  ହେଲିପ୍ୟାଡ୍‌ରେ ଅପେରା ଓ ମୀନା ବଜାର ଅନ୍ୟତମ  ଆକର୍ଷଣ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.