ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା : ମନମୋହିଲା ମଣିପୁରୀ ନୃତ୍ୟ

Published By : Suraj Kumar | December 2, 2024 9:52 PM

କୋଣାର୍କ,‌‌‌‌‌‌୨।୧୨ :  କୋଣାର୍କ ଉତ୍ସବ ଦ୍ଵିତୀୟ ସନ୍ଧ୍ୟା ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ,ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ପଙ୍କଓ୍ବାଲ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମରେ କୋଲକତାର ପ୍ରୀତି ପଟେଲ ଓ ସାଥୀ କଳାକାର ମଞ୍ଚରେ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରକୃତିର ଅପରୂପ ସୁଷମା ଓ ସ୍ୱର୍ଗୀୟ ପ୍ରକାଶରେ ବାର୍ତ୍ତା ଦେଉଥିଲା ନୃତ୍ୟ ସରଞ୍ଚନା। ଇଶ୍ୱରଙ୍କ ଆରାଧନା ସହ ପ୍ରେମ, ଭକ୍ତି,ସାହାସ ଓ ତ୍ୟାଗର ସଙ୍କେତକୁ ବହନ କରୁଥିବା ସୁମନର ସମର୍ପଣକୁ ନେଇ ଏହି ଉପସ୍ଥାପନା ଦର୍ଶକଙ୍କ ମନମୋହିଥିଲା। ପରେ କୋଲକାତାର ଆଲୋକା କାନୁନଗୋ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟରେ ବନ୍ଦେ ମାତରମ ଓ ସୂର୍ଯ୍ୟ ଲାବଣ୍ୟମ ପରଶିଥିଲେ । 

ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ବିକଶିତ ଭାରତ,ବିକଶିତ ଓଡିଶା। ଆମ ପରମ୍ପରା ମେଳା ଓ ଉତ୍ସବ। ଇକୋ ଟୁରିଜିମ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ମାନସୀ ମିଶ୍ର। ସେହିଭଳି ହେଲିପ୍ୟାଡରେ ଅପେରା ଓ ମୀନା ବଜାରରେ ଭିଡ ଜମିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.