ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କ୍ୟୁଆର କୋଡରେ ସୂର୍ଯ୍ୟମନ୍ଦିରର କଳା ଓ ଭାସ୍କର୍ଯ୍ୟର ତଥ୍ୟ ; ସ୍କାନ କଲେ ମିଳିବ ବିଶ୍ଵ ବିସ୍ମୟର ସୂଚନା

Published By : Rasmita Pradhan | June 30, 2025 9:26 AM

କୋଣାର୍କ, ୩୦।୬ : କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ବିଶ୍ଵରେ ବିସ୍ମୟ। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଏସଆଇ ପକ୍ଷରୁ ଜଗମୋହନ ସମ୍ମୁଖରେ କ୍ୟୁଆର ସ୍କାନର ଲଗାଯାଇଛି। ଏଣିକି ପର୍ଯ୍ୟଟକମାନେ ମୋବାଇଲରେ କ୍ୟୁଆର କୋଡ୍‌କୁ ସ୍କାନ କଲେ ସୂର୍ଯ୍ୟମନ୍ଦିରର ସମ୍ପୂର୍ଣ୍ଣ ଇତିହାସ ସହିତ ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ ଫଟୋ ଦେଖିବାକୁ ପାଇବେ।

ସୂର୍ଯ୍ୟମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ପର୍ଯ୍ୟଟକମାନେ ଅନଲାଇନ୍ ଓ ଅଫଲାଇନ୍ ଟିକଟ ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ରହିଛି। ଏବେ ପର୍ଯ୍ୟଟକମାନେ ବିନା ଗାଇଡ୍‌ରେ କ୍ୟୁଆର କୋଡ୍‌କୁ ସ୍କାନ କରି କୋଣାର୍କ ମନ୍ଦିରର କଳା ଭାସ୍କର୍ଯ୍ୟ ବିଷୟରେ ସୂଚନା ପାଇପାରିବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.