ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କୋଣାର୍କ ସାହିତ୍ୟ ଆସର-୨୦୨୪ ଅନୁଷ୍ଠିତ

Published By : Gurupada Nath | December 6, 2024 6:41 PM

କୋଣାର୍କ,୬/୧୨ : ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ପ୍ରଧାନ ଅତିଥିଭାବେ ଯୋଗଦେଇ ଏହି ସାରସ୍ୱତ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ, ପ୍ରାଚୀ ସଂସ୍କୃତିର ଗବେଷକ ଡକ୍ଟର ତ୍ରିନାଥ ପଟ୍ଟନାୟକ, ନୃତ୍ୟ ବିଦୁଷୀ ଡକ୍ଟର ସୁଜାତା ମହାପାତ୍ର ଓ ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀ ଯୋଗଦେଇ 'ଭାଷା ଓ ଅସ୍ମିତା' ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ଆସରରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି। 

ଏହି ଅବସରରେ ସାହିତ୍ୟ 'ଧରମା'ର ସପ୍ତମ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଚଳିତବର୍ଷ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ନୃତ୍ୟବିଦୁଷୀ ଡକ୍ଟର ସୁଜାତା ମହାପାତ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀଙ୍କୁ ସାମ୍ବାଦିକ ସଂଗ୍ରାମ ସ୍ମୃତି ସମ୍ମାନ, ସାହିତ୍ୟିକ କୃପାସିନ୍ଧୁ ବିଶ୍ୱାଳଙ୍କୁ ଲେଖକ ବଳରାମ ମିଶ୍ର ସ୍ମୃତି ସମ୍ମାନ, କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁଙ୍କୁ ଅର୍କସ୍ୱର ସମ୍ମାନ, ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କୁ ମା' ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ଡକ୍ଟର ସୁଚିତ୍ରା ରଥଙ୍କୁ ଅର୍କସୁଧା ସମ୍ମାନ ଓ ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥଙ୍କୁ କୋଣାର୍କ ସେବା ସମ୍ମାନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

ସାରସ୍ଵତ ପ୍ରତିଭାଙ୍କୁ ସମ୍ଵର୍ଦ୍ଧନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଅଧ୍ୟାପିକା ଡକ୍ଟର ସରୋଜିନୀ ପାଣି। ଦ୍ୱିତୀୟ ଅଧିବେଶନରେ ଶିଶୁ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ଓ ଗଳ୍ପ ପଠନ କାର୍ଯ୍ୟକ୍ରମରେ ଅତିଥିରୂପେ ଯୋଗ ଦେଇଥିଲେ କବି ରକ୍ଷକ ନାୟକ, ଉମାକାନ୍ତ ମହାପାତ୍ର, ଭଗବନ ସାହୁ, ମହେନ୍ଦ୍ର କୁମାର ଦାଶ ଓ କବୟିତ୍ରୀ କଳ୍ପନା ମିଶ୍ରଙ୍କ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି ଓ ଗାଳ୍ପିକ ସ୍ବରଚିତ କବିତା ଓ ଗଳ୍ପ ପାଠ କରିଥିଲେ । ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ସଂସଦର ଉପଦେଷ୍ଟା ଗୋପୀନାଥ କର, ସ୍ୱର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ସାରସ୍ୱତ ଆସର ପରିଚାଳନାରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.