କୋଣାର୍କ,୬/୧୨ : ବିକାଶ ସଂଗଠନ ପକ୍ଷରୁ ଶନିବାର ଅପରାହ୍ନରେ କୋଣାର୍କରେ ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ପଥ ଉତ୍ସବ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ନେତୃତ୍ବରେ ବିଭିନ୍ନ ଅଞ୍ଚଳର କଳାକାର, ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ଏହି ପଥ ଉତ୍ସବ ମେଡ଼ିକାଲ ଛକରୁ ବାହାରି ରିଙ୍ଗରୋଡ଼, ଲାବଣ୍ୟ ଛକ ପରିକ୍ରମା କରିଥିଲା । ଏଥିରେ ଓଡ଼ିଶୀ, ସମ୍ବଲପୁରୀ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୁକ୍କାୟିତ ଲୋକକଳା ପ୍ରଦର୍ଶନ ହୋଇଥିଲା । ନାଚ ଗୀତରେ ଦୁଲୁକିଥିଲା ପଥ । ଏହି ପଥ ଉତ୍ସବକୁ ସଂଗଠନ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।