ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରି ଆସୁଛି ସମୟ ସୀମା, ଅଟକିଛି ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ପ୍ରକ୍ରିୟା: ଆଶଙ୍କାରେ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା

Published By : Prameya | April 18, 2025 12:14 PM

କୋଣାର୍କ, ୧୮/୦୪: ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ଯିବା ଲାଗି ୩ବର୍ଷ ସମୟ ଧାର୍ଯ୍ୟ  ହୋଇଥିଲା । ଆଜିକୁ ଅଢ଼େଇ ବର୍ଷ ବିତିଗଲାଣି । ସମୟ ସୀମା ସରି ଆସୁଥିବା ବେଳେ ଏବେ ସୂର୍ଯ୍ୟମନ୍ଦିର ବାଲି କଢ଼ା ପ୍ରକ୍ରିୟା ଅଧାରୁ ସମ୍ପୂର୍ଣ୍ଣ ବନ୍ଦ  ରହିଛି । ଯାହାକୁ ନେଇ ଆଶଙ୍କା ଦେଖାଦେଇଛି ।  

୨୦୨୨ ସେପ୍ଟେମ୍ବର ୮ରେ ଏଏସ୍‌ଆଇ ଓ  ବିଡିଆର୍‌ ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ  ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି  ବାଲି କାଢ଼ିବା ଲାଗି ଶୁଭ ଦେଇଥିଲେ । ପ୍ରାଥମିକ  ପର୍ଯ୍ୟାୟରେ ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ  ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍‌ ଲଗା  ଯାଇଥିଲା । ପରେ ଟନେଲ୍‌ ଓ ଲିଫ୍ଟ ନିର୍ମାଣ ନିମନ୍ତେ  ଫର୍ମାଟ ଓ ଲେଆଡଟ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା ।  

ସେହିଭଳି ଦକ୍ଷିଣ ପାଶ୍ୱର୍ରେ ଲୁହା ବିମ୍‌ ସାହାଯ୍ୟରେ  ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି । ଏହି ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ  ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି  ଗୁଡ଼ିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ  ପର୍ଯ୍ୟାୟକ୍ରମେ ବାହାର କରାଯିବ । ଚୂଡ଼ାରେ ୪ଫୁଟ  ଓସାର ଓ ୫ଫୁଟରେ ଲମ୍ବରେ ଗର୍ତ୍ତ କରାଯାଇ ବାଲି  ଗୁଡ଼ିକ ଲିଫ୍ଟ ମାଧ୍ୟମରେ ବାହାରକୁ ବାହାରିବ । ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ  ଶେଷ ପର୍ଯ୍ୟାୟରେ ଅଟକି ରହିଥିବା ଦେଖିବାକୁ ମିଳିଛି। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ  ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି  ଏଏସ୍‌ଆଇ ସୂଚନା ଦେଇଥିଲା । 

ସୂଚନାଯୋଗ୍ୟ, ଗତ ଡିସେମ୍ବର ୭ରେ  ଏଏସ୍‌ଆଇ ଏଡିଜି ଜାନଭିଜ ଶର୍ମା, କନଜରଭେସନ୍‌  ନିର୍ଦ୍ଦେଶକ ଭୀମା ଆଜମିର୍‌, ଏଏସ୍‌ଆଇ ଆଞ୍ଚଳିକ  ନିର୍ଦ୍ଦେଶକ ଡ. ଦିଲ୍ଲୀପ କୁମାର ଖମାରୀ, ସର୍କଲ  ସୁପରିଣ୍ଟେଣ୍ଡେଣ୍ଟ ଡ. ଡି.ବି ଗଡ଼ନାୟକ, ଆଇଆଇଟି  ଚେନ୍ନାଇ, ଆଇଆଇଟି ଦିଲ୍ଲୀ, କୋର୍‌ କମିଟିର  ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା  ପ୍ରକ୍ରିୟା ଓ ଅବସ୍ଥିତି ନେଇ ଅନୁଧ୍ୟାନ କରିଥିଲେ ।  ମନ୍ଦିର ଚୂଡ଼ାରୁ ୫ଫୁଟ ତଳକୁ ବାଲି ରହିଥିବା  ଜାଣିବାକୁ ପାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.