ପୁରୀ, ୨୨/୬ : ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଲାଗି ହେବ ଅମୃତ ଅନ୍ନ (ଜୈବିକ ଚାଉଳ) l ଏ ନେଇ ପୂର୍ବରୁ ଆଲୋଚନା ହୋଇଥିବାବେଳେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ବୈଠକରେ ଏହି ନିଷ୍ପତ୍ତି ହୋଇଛି l ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ l ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ମଧ୍ଯ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି।
ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ଏବେ କୋରାପୁଟର ପ୍ରଗତି ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ଲାଗି ସହଯୋଗର ହାତ ବଢାଇଛି l ଆଜିର ବୈଠକରେ ଏହି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ l