ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

୬୦୦ ବର୍ଷ ପରେ ଉଦ୍‌ଗୀରଣ ହେଲା କ୍ରାଶେନିନିକୋଭ୍‌ ଆଗ୍ନେୟଗିରି, ଭୂକମ୍ପ ଯୋଗୁ ହୋଇଥିବା ଅନୁମାନ

Published By : Krishna Priya | August 4, 2025 12:32 PM

ନୂଆଦିଲ୍ଲୀ ୦୪/୦୮:  ରୁଷ୍‌ର କାମଚଟ୍‌କା ଉପଦ୍ୱୀପରେ ଥିବା କ୍ରାଶେନିନିକୋଭ୍‌ ଆଗ୍ନେୟଗିରିରେ ଦୀର୍ଘ ୬୦୦ ବର୍ଷ ପରେ ପ୍ରଥମ ଥର ପାଇଁ ଉଦ୍‌ଗୀରଣ ହୋଇଛି । ଦେଶର ଏମର୍ଜେନ୍ସି ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛି । ସେଥିରେ କୁହାଯାଇଛି ଯେ, ୧୮୫୬ ମିଟର ଉଚ୍ଚ କ୍ରାଶେନିନିକୋଭ୍‌ ଆଗ୍ନେୟଗିରିରେ ସ୍ଥାନୀୟ ସମୟ ଭୋର୍‌ ୨.୫୦ରେ ଉଦ୍‌ଗୀରଣ ଆରମ୍ଭ ହୋଇଥିଲା । ଏହାପରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୬ କିମି ଉଚ୍ଚତା ଯାଏ ପାଉଁଶ ପରିବ୍ୟାପ୍ତ ହୋଇଯାଇଥିଲା । ସେହି ପାଉଁଶ ପୂର୍ବଦିଗରେ ପ୍ରଶାନ୍ତ ମହାସାଗର ଅଭିମୁଖେ ମୁହାଁଇଛି । 

ସେହିପରି ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ସେହି ଅଞ୍ଚଳରେ ବାୟୁସୀମାକୁ ବନ୍ଦ କରାଯାଇଛି । ବୈଜ୍ଞାନିକମାନେ ୪ ଦିନ ପୂର୍ବରୁ କାମଚଟ୍‌କାରେ ଆସିଥିବା ୮.୮ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏହି ଉଦ୍‌ଗୀରଣ ହୋଇଥିବା ମନେ କରୁଛନ୍ତି । ସେହି ଭୂକମ୍ପ ଯୋଗୁ ସୁନାମୀ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । କ୍ରାଶେନିନିକୋଭ୍‌ ଆଗ୍ନେୟଗିରି କାମଚଟ୍‌କା ଉପଦ୍ୱୀପର ପୂର୍ବ ଉପକୂଳରେ କ୍ରୋନୋତ୍ସକି ନେଚର ରିଜର୍ଭରେ ରହିଛି । ସେଠାରେ ଶେଷଥର ଲାଗି ୧୪୬୩ରେ ଉଦ୍‌ଗୀରଣ ହୋଇଥିଲା । ସେବେଠାରୁ ତାହା ନିଷ୍କ୍ରିୟ ରହିଥିଲା । ଦେଶର ଏମର୍ଜେନ୍ସି ମନ୍ତ୍ରଣାଳୟ ଏହାକୁ ‘ଅରେଞ୍ଜ ଆଭିଏସନ୍‌ କୋଡ୍‌’ ଦେଇଛି । ଅର୍ଥାତ୍‌ ବିମାନଗୁଡି଼କ ଲାଗି ଏହା ବିପଦ । ସେହିପରି ଆଗ୍ନେୟଗିରି ନିକଟକୁ ନ ଯିବାକୁ ମନ୍ତ୍ରଣାଳୟ ଲୋକଙ୍କୁ ପରାମର୍ଶ ଦେଇଛି । ଏହାପୂର୍ବରୁ ବୁଧବାର କାମଚଟ୍‌କା ଉପଦ୍ୱୀପରେ ଥିବା ଅନ୍ୟ ଏକ ଆଗ୍ନେୟଗିରି କ୍ଲୁଚେସ୍କୋୟ ସୋପକାରେ ଉଦ୍‌ଗୀରଣ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.