ପୁରୀ,୨୧/୦୮: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କୁ ଏହି ବେଶ କରାଯିବ । ଶ୍ରୀବଳଭଦ୍ରଙ୍କୁ ବଳରାମ ଓ ଶ୍ରୀଜଗନ୍ନାଥଙ୍କୁ  ଶ୍ରୀକୃଷ୍ଣଙ୍କ ବେଶରେ ସୁଶୋଭିତ  କରାଯିବ । ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଉଭୟ ଛନ୍ଦଯୁକ୍ତ ପାଦରେ ଦୁଇ ବାହୁ ପ୍ରସାର କରି  ଦଣ୍ଡାୟମାନ ହୋଇଥିବେ । ସୁବାସିତ  ପୁଷ୍ପଅଳଙ୍କାର ଖଚିତ ବଡ଼ କିରିଟି  ଠାକୁରେ ଶ୍ରୀମସ୍ତକରେ ଲାଗି ହେବେ ।  ଶ୍ରୀବିଗ୍ରହଙ୍କ ନିକଟରେ ଦେବକୀ,  ବସୁଦେବ, ନନ୍ଦ ଓ ଯଶୋଦାଙ୍କ ପିତୁଳା  ରହିଥିବେ । କୃଷ୍ଣ ବଳରାମ ବେଶରେ ଠାକୁରଙ୍କୁ ଦେଖି ଭକ୍ତ ମୁଗ୍ଧ ହୋଇଯାଏ ।