ମୁମ୍ବାଇ,୨୨/୪ : ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଳ ପାଣ୍ଡ୍ୟା ନିଜ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହାର୍ଦ୍ଦିକ ଏବଂ କୃଣାଳଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ । ଏହିଭଳି ଚର୍ଚ୍ଚା ମଧ୍ୟରେ କୃଣାଳ ପାଣ୍ଡ୍ୟା ଏହି ମାମଲାରେ ମୁହଁ ଖୋଲିଛନ୍ତି । ତାଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚରାଗଲା କୃଣାଳ ହସି ହସି ଏହାକୁ ଖାରଜ କରିଛନ୍ତି ।

ପ୍ରକାଶ ଯେ, କୃଣାଳ ପାଣ୍ଡ୍ୟା ନିକଟରେ ଆରସିବି ପଡ଼କାଷ୍ଟରେ ନଜର ଆସିଛନ୍ତି । ଏଠାରେ ତାଙ୍କୁ ପ୍ରଶ୍ନ ପଚରାଗଲା କି କ’ଣ ତାଙ୍କର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି କିମ୍ବା ତାଙ୍କ ମଧ୍ୟରେ ଲଢେଇ ଭଳି କିଛି ଚାଲିଛି । ଏହି ପ୍ରଶ୍ନର ଉତ୍ତରରେ କୃଣାଳ କହିଛନ୍ତି କି ସବୁ କିଛି ଠିକ୍ ଅଛି ।

ଏହା ମଧ୍ୟରେ ହୋଷ୍ଟ କହିଥିଲେ କି କେନ ଏବଂ ଅଣ୍ଡରଟେକର ବି କେବେ କେବେ ଲଢେଇ କରିଥାନ୍ତି । ପ୍ରକାଶ ଯେ, କେନ୍ ଏବଂ ଅଣ୍ଡରଟେକରଙ୍କୁ wwwରେ ଜଣେ ଅନ୍ୟ ଜଣଙ୍କୁ ଭାଇ କୁହାଯାଇଥାଏ । ଯାହାକି ସତ୍ୟତା କିଛି ଭିନ୍ନ ଅଟେ । ହୋଷ୍ଟ ଦ୍ବାରା ପୁଣି ଥରେ ପଚରାଯିବା ପରେ ବି କୃଣାଳ କହିଥିଲେ କି ତାଙ୍କର ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲିଛି ।