ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମନ୍ଦିରରେ ରହିଛି ଚମତ୍କାର ମନ୍ଦିର, ଧାରକରଜରେ ବୁଡ଼ି ରହିଥିଲେ ମିଳେ ମୁକ୍ତି…

Published By : Prameya | January 29, 2025 8:08 PM

ଉତ୍ତରାଖଣ୍ଡ, ୨୯।୧: ଭାରତକୁ ମନ୍ଦିର ମାଳିନୀର ଦେଶ ବୋଲି କୁହାଯାଏ । ଏଠାରେ ଏଭଳି ଅନେକ ଚମତ୍କାରୀ ମନ୍ଦିର ମଧ୍ୟ ରହିଛି ଯାହା ଆଜି ବି ରହସ୍ୟ ଘେରରେ । ଏଭଳି ଚମତ୍କାରିତା ପାଇଁ ଏହି ମନ୍ଦିରର ଦେବାଦେବୀଙ୍କ ଉପରେ ଲୋକଙ୍କର ଗଭୀର ବିଶ୍ୱାସ ରହିଛି । ଏହି କ୍ରମରେ ଭାରତରେ ଧନର ଦେବତା କୁବେରଙ୍କର ଏକ ବିଶେଷ ମନ୍ଦିର ରହିଛି । କୁବେର ଭଗବାନ ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ତାଙ୍କ ଘରେ ଧନର ଅଭାବ ରୁହେ ନାହିଁ ବୋଲି କୁହାଯାଏ । ଏହି ମନ୍ଦିରରେ ଥିବା ପ୍ରତିମୂର୍ତ୍ତିଙ୍କ ଦର୍ଶନ କଲେ ଦାରିଦ୍ର୍ୟତା ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ବ୍ୟତୀତ ଏଠାରେ ଭଗବାନଙ୍କ ପ୍ରତିମୂର୍ତ୍ତି ଉପରେ ମୁଦ୍ରା ଚଢ଼ାଇବା ଭଳି ଅନେକ ପରମ୍ପରା ରହିଛି । 

ଦେବଭୂମି ଉତ୍ତରାଖଣ୍ଡର ଅଲମୋଡ଼ାରୁ ପାଖାପାଖି ୪୦ କିମି ଦୂରରେ ରହିଛି ଧନର ଦେବତା କୁବେର ଦେବଙ୍କର ଏକ ସ୍ୱତନ୍ତ୍ର ମନ୍ଦିର । ଏହି ମନ୍ଦିର ଜାଗେଶ୍ୱର ଧାମ ଭାବରେ ମଧ୍ୟ ପରିଚିତ । ଏଠାକୁ ଦୈନିକ ବହୁ ସଂଖ୍ୟାରେ ଭକ୍ତ ଦାରିଦ୍ର୍ୟତାରୁ ମୁକ୍ତି ଲାଗି କୁବେର ଦେବଙ୍କ ଦର୍ଶନ ଲାଗି ଆସିଥାନ୍ତି । ଧାରକରଜରୁ ମୁକ୍ତ ହେବାକୁ ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥାଏ । କୁହାଯାଏ ଯେ, ଯେଉଁ ଲୋକଙ୍କ ଉପରେ କୁବେର ଦେବଙ୍କ କୃପା ରହିଛି, ସେମାନଙ୍କୁ ଧନ, କିର୍ତ୍ତି ଆଦି ପ୍ରାପ୍ତି ହୋଇଥାଏ । ଏହି ମନ୍ଦିରରେ ଦୈନିକ ଲୋକ ନିଜର ମାନସିକ ନେଇ ଆସିଥାନ୍ତି ଏବଂ ମାନସିକ ପୂରଣ ଲାଗି ପୂଜାପାଠ କରିଥାନ୍ତି । 

ବିଶ୍ୱାସ ରହିଛି ଯେ, ଏହି ମନ୍ଦିରରେ ଦର୍ଶନ କରିବା ଫଳରେ ଧନଲାଭ ସହ ଉନ୍ନତି ମିଳେ ଓ ଆଗକୁ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ସମାଧାନ ହୁଏ । ଏଠାକୁ ଭକ୍ତମାନେ କୁବେର ଦେବଙ୍କ ଦର୍ଶନ କରିବା ସହ ସୁନା ଓ ରୂପାର ମୁଦ୍ରା ଚଢ଼ାଇଥାନ୍ତି । ପୂଜା କରି ସାରିବା ପରେ ଏହି ମୁଦ୍ରାକୁ ହଳଦିଆ ରଙ୍ଗର କପଡ଼ାରେ ଗୁଡ଼ାଇ ଘରକୁ ନେଇଯିବା ଫଳରେ ଭଗବାନଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଲୋକଙ୍କ କହିବାନୁସାରେ, ଏଠାରେ ଦର୍ଶନ କିରିବା ଫଳରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଯେଉଁମାନଙ୍କର ମନୋସ୍କାମନା ପୂର୍ଣ୍ଣ ହୁଏ, ଲୋକେ କୁବେର ଦେବତାଙ୍କୁ କ୍ଷୀରି ଭୋଗ ଲଗାନ୍ତି । ଏଠାରେ ଥିବା ମନ୍ଦିର ଭାରତର ୮ମ କୁବେର ମନ୍ଦିର । ଏହି ମନ୍ଦିର ମଧ୍ୟ ୯ମ ଶତାବ୍ଦୀର ବୋଲି କୁହାଯାଏ । ପ୍ରାଚୀନ କାଳରେ କୁବେର ଦେବଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଆସ୍ଥାର ପ୍ରତୀକ ଥିଲା । ଏଠାରେ ଏକମୁଖୀ ଶିବଲିଙ୍ଗ ରୂପରେ କୁବେର ଭଗବାନ ବିରାଜମାନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.