ବେତନଟୀ ୪।୬ : ସାରା ଭାରତରେ ୨ କୋଟିରୁ ଊର୍ଦ୍ଧ୍ବ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡିଶା ,ଝାରଖଣ୍ଡ,ପଶ୍ଚିମବଙ୍ଗ ,ବିହାର ଓ ଆସାମ ରେ ବସବାସ କରୁଛନ୍ତି ।ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି।
ତେଵେ ଓଡିଶାରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ବେତନଟି ଠାରେ କୁଡୁମୀ ସେନା ଗଠନ କରିଥିଲେ। କୁଡୁମୀ ଲୋକଙ୍କ ସାମାଜିକ ,ଅର୍ଥନୈତିକ, ଭାଷା,ସଂସ୍କୃତି ର ସୁରକ୍ଷା ଓ କୁଡୁମୀ ଜାତି କୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜ଼ିଲ୍ଲା,ରାଜ୍ୟ ତଥା ଜାତୀୟ ସ୍ତର ରେ ଆୟୋଜନ କରି ଆସୁଛନ୍ତି । ତେବେ ଏହି ଦିନ କୁ ମନେ ରଖିବା ପାଇଁ ଟିକରବାଟି ଠାରେ ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କୁଡୁମୀ ସେନାର ଲିପୁନ୍ ମହାନ୍ତ, ନିଗମାନନ୍ଦ ମହାନ୍ତ,ବୁଲୁ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ,ସନ୍ତୋଷ ମହାନ୍ତ ,ପ୍ରିୟନାଥ ମହାନ୍ତ, ଝାଡେଶ୍ୱର୍ ମହାନ୍ତ ,ଲୋକନାଥ ମହାନ୍ତ ,କ୍ଷେତ୍ରମୋହନ ମହାନ୍ତ, ସତ୍ୟଭମା ମହାନ୍ତ,ପ୍ରତିଭା ମହାନ୍ତ, କାଞ୍ଚନି ମହାନ୍ତ ଓ ଯମୁନା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।