ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଧ୍ୟପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ କୁଲଦୀପ ଯାଦବ

Published By : Tapas Panda | January 29, 2025 11:42 PM

ନୂଆଦିଲ୍ଲୀ: ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଭାରତୀୟ ଷ୍ଟାର କ୍ରିକେଟର ରଣଜୀ ଟ୍ରଫି ଖେଳୁଛନ୍ତି । ଏହାରି ମଧ୍ୟରେ କୁଲଦୀପ ଯାଦବ ମଧ୍ୟ ରଣଜୀ ଖେଳିବେ ବୋଲି ସ୍ପଷ୍ଟ ହୋଇଛି । ଉତ୍ତର ପ୍ରଦେଶ ଜାରି କରିଥିବା ୧୮ ଜଣିଆ ଟିମ୍‌ରେ କୁଲଦୀପ ଯାଦବ ସାମିଲ ଅଛନ୍ତି । ଷ୍ଟାର ସ୍ପିନର କୁଲଦୀପ ଯାଦବ ହାର୍ନିଆ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ବର୍ଡର ଗାଭାସ୍କର ଟ୍ରଫି ପରେ ତାଙ୍କର ସର୍ଜରୀ ହୋଇଥିଲା ।  ବେଙ୍ଗାଲୁରୁର ନ୍ୟାସନାଲ୍‌ କ୍ରିକେଟ ଏକାଡେମୀରେ ସେ ସୁସ୍ଥ ହେବାକୁ ଖୁବ ପରିଶ୍ରମ କରିଛନ୍ତି । ଏହା ସହ ସେ ଏବେ ରଣଜୀ ଟ୍ରଫି ୨୦୨୫ ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି । 

ସେପଟେ ୩୦ ବର୍ଷୀୟ କ୍ରକେଟର ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସରିଜ୍‌ ଏବଂ ଚାମ୍ପିଅନ୍ସ  ଟ୍ରଫି ଲାଗି ଭାରତୀୟ ଟିମ୍‌ରେ ସାମିଲ ହୋଇଛନ୍ତି । ତେବେ ଜାତୀୟ ଦଳକୁ ଫେରିବା ପୂର୍ବରୁ ମଧ୍ୟପ୍ରଦେଶ ବିପକ୍ଷରେ କୁଲଦୀପ ଯାଦବ ନିଜର ଫିଟନେସ୍‌ର ପ୍ରମାଣ ଦେବେ । ମଧ୍ୟପ୍ରଦେଶ ଟିମ୍‌ରେ ରଜତ ପାଟିଦାର, ଭେଙ୍କଟେଶ ଆୟର ଏବଂ ଶୁଭମ ଶର୍ମା ଭଳି ଖେଳାଳି ସାମିଲ ଅଛନ୍ତି । କୁଲଦୀପ ଯାଦବଙ୍କ ଭଳି ଏକାଧିକ ଷ୍ଟାର କ୍ରିକେଟର ରଣଜୀ ଟ୍ରଫିରେ ସାମିଲ ହୋଇଛିନ୍ତି । 

ବିରାଟ କୋହଲି ଦିଲ୍ଲୀ ଟିମ୍‌ରେ ଥିବା ବେଳେ ସେ ଅଭ୍ୟାସ ଜାରି ରଖିଛନ୍ତି । କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଏବଂ ରିୟାନ ପରାଗଙ୍କ ଭଳି କ୍ରିକେଟର ମଧ୍ୟ ରଣଜୀରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । କେଏଲ ରାହୁଲ କର୍ଣ୍ଣାଟକ ଟିମ୍‌ର ହୋଇଥିବା ବେଳେ ଜାଡେଜା ସୌରାଷ୍ଟ୍ର ଟିମ୍‌ରେ ସାମିଲ ଅଛନ୍ତି । ଜାଡେଜା ରଣଜୀରେ ବହୁତ ଭଲ ପ୍ରଦର୍ଶନ କରିବା ସହ ଗତ ମ୍ୟାଚ୍‌ରେ ୧୨ ଓ୍ବିକେଟ ନେଇଥିଲେ । ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଜାଡେଜା ଭଲ ପ୍ରଦର୍ଶନ କରିପାରିବେ ବୋଲି ଖେଳପ୍ରେମୀଙ୍କ ଗହଣରେ ଚର୍ଚ୍ଚା ଲାଗି ରହିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.