ନୀଳଗିରି,୦୧/୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକମାନେ ପ୍ରାକୃତିକ  ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଜୀବଜନ୍ତୁଙ୍କୁ  ଦେଖିବାର ମଜା ଉଠାଇବେ। ଗତ ଜୁନ ୧୫ରୁ ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ।

ବାଲେଶ୍ୱର  ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫  ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ କୁଳଡିହା  ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି  ଅଧିକ ଆକୃଷ୍ଟ କରିବ ସେନେ ବ୍ୟାପକ  ପ୍ରସ୍ତୁତି ହୋଇଛି । ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ  କରିବାର ବ୍ୟବସ୍ଥା ରହିଛି । ଅଭୟାରଣ୍ୟରେ ହାତୀବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା, ବେଲାରା  ମୂଷା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖିବାର  ମଜା ଉଠାଇବେ ପର୍ଯ୍ୟଟକ । ପୂର୍ବରୁ ନନ୍ଦନକାନନରୁ  ଜଡାଚୁଆ ବିଟ ଅଧୀନ ଅସକଲପଦା କିଛି ହରିଣ  ଆଣି କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯିବା ପରେ  ଜଙ୍ଗଲରେ ଛଡ଼ା ଯାଇଥିଲା । ତାହା ଏବେ ଆଶାତୀତ  ବଂଶ ବୃଦ୍ଧି କରିଥିବାରୁ ହରିଣ ସହଜରେ ପର୍ଯ୍ୟଟକ  ମାନେ ଦେଖିବା ଆଶା ରହିଛି । କୁଲଡିହାକୁ ଲାଗି  ରହିଥିବା ଡ୍ୟାମ, ସାତଘାଟି, ଋଷିଆ, ପୁରୁଣାପାଣିଜାଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ  ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ  ଦେଖିବାକୁ ପାଇବେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା  ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି  ଗୋହିରାଭୋଳଠାରେ ରିସିଆ ପ୍ରକୃତି ନିବାସ  ମଧ୍ୟଖୋଲାଯାଇଛି । ରାତ୍ର ରହଣି ନିମନ୍ତେ  ୯ଟି ତମ୍ବୁଘର ହୋଇଛି । ଏହା ସହ ନେଚର୍ସ  କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ  ଶୌଚାଳୟର ବ୍ୟବସ୍ଥା କରାଯାଇଛି । ତେବେ  କୁଡିହା ଭିତରକୁ ମାଦକଦ୍ରବ୍ୟ ଉପରେ କଟକଣା  ରହିଥିବା ବେଳେ ମାଂସ ଉପରେ କଟକଣା ରହିଛି ।  କିନ୍ତୁ ଅଣ୍ଡା ଓ ମାଛ ଉପରେ କୌଣସି କଟକଣା  ନଥିବା ଜଣାପଡ଼ିଛି । ଏହି ନେଚର୍ସ କ୍ୟାମ୍ପରେ  ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା  ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ  ଟାୱାରରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ  ଦେଖିବା ସହ ପ୍ରକୃତିର ମଜା ନେଇପାରିବେ ।  ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍‌  ଲାଇନରେ ବୁକିଂର ବ୍ୟବସ୍ଥା ରହିଛି। ଏପରିକି  ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବସାଇଟ  ମଧ୍ୟ ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ  ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର  ସୁବିଧା ରଖାଯାଇଛି । ଏଠାରେ ଜଣେ ବ୍ୟକ୍ତି  ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କାଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ  କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୮୫୪  ଟଙ୍କା ବନବିଭାଗ ଧାର୍ଯ୍ୟ କରିଛି ।