ନୂଆଦିଲ୍ଲୀ,୨୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବଚନକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ୍। କୁମାରଗଞ୍ଜରେ ମତଦାନ ବେଳେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ଗୋଡେଇ ଗୋଡଇ ପିଟିଲେ ଟିଏମସି ପ୍ରାର୍ଥୀ। ବୁଥ୍ ପହଁଞ୍ଚିବା ମାତ୍ରେ ଶୁଭେନ୍ଦୁଙ୍କୁ ଜୋରଦାର ହମଲା କରିଥିଲେ ଟିଏମ୍ସି କର୍ମୀ। ଘଟଣା ବେଳେ ତାଙ୍କୁ ଜଣେ ବ୍ୟକ୍ତିଙ୍କୁ ପିଛା କରୁଥିବାର ଦେଖିବାକୁ ମିଳିଥିଲା, ଯାହା ଉପରେ ପୋଲିଂ ଏଜେଣ୍ଟକୁ ଭିତରକୁ ନଯିବାର ଅଭିଯୋଗ ଥିଲା। ତେବେ ସୁରକ୍ଷାବଳ ସ୍ଥିତିକୁ ନିୟନ୍ତ୍ରଣ କରି ତାଙ୍କୁ ବାହାରକୁ ନେଇ ଯାଇଥିଲେ।

ଏହାର ଏକ ଭିଡିଓ ଏବେ ସାମନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶୁଭେନ୍ଦୁ ଆକ୍ରମଣରୁ ରକ୍ଷା ପାଇବାକୁ ଦୌଡି ଦୌଡି ପଳାଇ ଯାଉଛନ୍ତି। ତାଙ୍କ ସହ ଜଣେ ସୁରକ୍ଷାକର୍ମୀ ମଧ୍ୟ ରହିଛନ୍ତି। ତଥାପି କିଛି ଲୋକ ଶୁଭେନ୍ଦୁଙ୍କୁ ମାଡ଼ ମାରୁଛନ୍ତି। ଆକ୍ରମଣ କରୁଥିବା ଲୋକଙ୍କ ପରିଚୟ ଚିହ୍ନଟ ହୋଇପାରିନି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନ୍ ଭିଡିଓରେ ଦେଖିବାକୁ ମିଳୁଥିବା ସବୁ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି।

ଏହାଛଡା ପଶ୍ଚିମବଙ୍ଗର ମୁର୍ସିଦାବାଦ, କୁଚବିହାର, ସିଲିଗୁଡି ଓ ମାଲଦାରେ ଜୋରଦାର ହିଂସା ଦେଖିବାକୁ ମିଳିଛି। ମୁର୍ଶିଦାବାଦରେ, ଦୁର୍ବୃତ୍ତମାନେ ହୁମାୟୁନ୍ କବୀରଙ୍କ କାର ଉପରେ ଲାଠି ଏବଂ ଇଟା ସାହାଯ୍ୟରେ ଆକ୍ରମଣ କରିଥିଲେ। ମତଦାନ ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ମୁର୍ଶିଦାବାଦର ନୌଡା ଜିଲ୍ଲାରେ ଏକ ଦେଶୀ ବୋମା ଫିଙ୍ଗାଯାଇଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ, ଆମ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁନ୍ କବୀର ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେ ଟିଏମସି କର୍ମୀଙ୍କ ସହ ମଧ୍ୟ ତାଙ୍କର ସଂଘର୍ଷ ହୋଇଥିଲା। ଏହାପରେ ସେ ଧାରଣାରେ ବସିଥିଲେ।