ଭୁବନେଶ୍ଵର, ୦୧/୦୧ : ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ କେୱାଇସି। ଇକେୱାଇସି କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ। ବାୟସାଧିକ କାରଣରୁ ଯେଉଁମାନେ ଇକେୱାଇସି କରିନାହାଁନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇକେୱାଇସି କରାଉଛନ୍ତି। ସେହିପରି ବିଭିନ୍ନ ରାଜ୍ୟରେ ଯେଉଁମାନେ ଇକେୱାଇସି କରିନାହାଁନ୍ତି ସେମାନଙ୍କ ନିକଟକୁ ବି ଅଧିକାରୀ ଯିବାକୁ ନିର୍ଦ୍ଦେଶ ରହିଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାର ଅଧିକାରୀ ଇକେୱାଇସି କରାଇଛନ୍ତି। ଆଗକୁ ଅନ୍ୟ ରାଜ୍ୟରେ ଯଦି ଲୋକ ରହି ଯାଇଛନ୍ତି ଜଣାପଡ଼ିଲା ତେବେ ସେମାନଙ୍କ ନିକଟକୁ ଟିମ୍ ଯିବ। ସମସ୍ତଙ୍କର ଇକେୱାଇସି ସରକାର କରିବେ। ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଇକେୱାଇସି ସରିଛି। ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସରିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ହିତାଧୀକାରୀ କରିନାହାଁନ୍ତି।