ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

La Liga: ଏମ୍‌ବାପେଙ୍କ ହ୍ୟାଟ୍ରିକ୍‌ ବୃଥା, ୪-୩ ଗୋଲରେ ହାରିଲା ରିୟଲ ମାଦ୍ରିଦ

Published By : Prameya | May 12, 2025 10:53 AM

କାଟାଲୋନିଆ, ୧୨/୦୫: ଘରୋଇ ଗ୍ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଏଫ୍‌ସି ବାର୍ସେଲୋନା ୪-୩ ଗୋଲରେ ରିୟଲ  ମାଦ୍ରିଦକୁ ପରାଜିତ କରିଛି । ଏଥିସହ ଦଳ ଟେବୁଲର ଶୀର୍ଷ ସ୍ଥାନକୁ  ଅଧିକ ଦୃଢ଼ କରିପାରିଛି ।  

କିଲିଆନ ଏମ୍‌ବାପେ ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋର  କରିଥିଲେ ବି ରିୟଲ ମାଦ୍ରିଦକୁ ପରାଜୟରୁ  ରକ୍ଷା କରିପାରି ନଥିଲେ । ଚଳିତ ଲା ଲିଗାରେ ବାର୍ସେଲୋନା ୩୫ଟି  ମ୍ୟାଚ୍‌ରୁ ୨୬ଟି ବିଜୟ ସହ ୮୨ ପଏଣ୍ଟ ପାଇ  ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ସେମିତି  ରିୟଲ ମାଦ୍ରିଦ ୭୫ ପଏଣ୍ଟ ସହ ଦ୍ୱିତୀୟ ଏବଂ  ଆଟଲେଟିକୋ ମାଦ୍ରିଦ ୭୦ ପଏଣ୍ଟ ପାଇ  ତୃତୀୟ ସ୍ଥାନରେ ରହିଛି । 

ଏଲ୍‌ କ୍ଲାସିକୋ ମ୍ୟାଚ୍‌ ଦେଖିବା ନେଇ  ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ ୫୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ । ଖେଳର ପଞ୍ଚମ ମିନିଟରେ ଭ୍ରମଣକାରୀ ରିୟଲ ମାଦ୍ରିଦ ପାଇଥିଲା ପେନାଲ୍ଟି କର୍ଣ୍ଣର। ଏମ୍‌ବାପେ ଗୋଲ୍‌ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ପୁଣି ସେ ୧୪ ମିନିଟରେ ଆଉ ଏକ ଫିଲ୍ଡଗୋଲ୍‌ ଦେଇଥିଲେ । ରିୟଲ ମାଦ୍ରିଦ ପ୍ରାରମ୍ଭରୁ ୨ଟି ଗୋଲ୍‌ ଦେଇ ସ୍ଥିତି ଟାଣ କରିଥିଲା ।  

ଘରୋଇ ଦଳ ୧୯ ମିନିଟରେ ଆକ୍ରମଣକୁ  ତୀବ୍ର କରି ପ୍ରଥମ ଗୋଲ ପରିଶୋଧ କରିଥିଲା । ଏରିକ ଗ୍ରାସିଆ ଏହି ଗୋଲ୍‌ ଦେଇଥିଲେ । ପରବର୍ତ୍ତୀ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଦଳ ଆଉ ୩ଟି ଗୋଲ୍‌ ଦେଇ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ୩୨ ମିନିଟରେ ଲାମିନ ଜାମାଲ ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ । ୩୪ ଓ ୪୫ ମିନିଟରେ ରାଫିନା ଦେଇଥିଲେ ଡବଲ ଗୋଲ୍‌ । 

ଦ୍ୱିତୀୟାର୍ଦ୍ଧରେ ରିୟଲ ମାଦ୍ରିଦ  ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ପ୍ରୟାସ  କରିଥିଲା । ୭୦ ମିନିଟ୍‌ରେ ଏମ୍‌ବାପେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲେ। କିନ୍ତୁ ପରେ ଖେଳ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବାରୁ ନିର୍ଦ୍ଧାରିତ ୯୦ ମିନିଟ ଓ ଇନ୍‌ଜ୍ୟୁରୀ ଟାଇମରେ କେହି ଗୋଲ୍‌  ଦେବାରେ ସମର୍ଥ ହୋଇ ନଥିଲେ । ଶେଷରେ  ଗୋଟିଏ ଗୋଲରେ ଅଗ୍ରଣୀ ସହ ବାର୍ସେଲୋନା  ମ୍ୟାଚ୍‌ ବିଜୟୀ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.