ଘଷିପୁରା ,୨୭/୦୬: କେନ୍ଦୁଝର ଜିଲ୍ଲା ଘଷିପୁରାରେ ଅଘଟଣ। ସ୍କୁଲ ଘର ଉପରୁ ଆଜବେଷ୍ଟସ ଖୋଲୁଥିବା ବେଳେ ତଳକୁ ଖସିପଡ଼ି ଶ୍ରମିକ ମୃତ। ମୃତକ ହେଲେ ସୁରେନ୍ଦ୍ର ନାଏକ। ଖବର ଅନୁସାରେ, ଘଷିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ପଞ୍ଚୁଗୋଛିଆ ସ୍କୁଲ ଘର ଉପରୁ ଶ୍ରମିକ ସୁରେନ୍ଦ୍ର ନାଏକ ଆଜବେଷ୍ଟସ ଖୋଲୁଥିବା ବେଳେ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

'ରାହୁଲଙ୍କ ଭାଷଣ ଅପରିପକ୍ଵ, ପଞ୍ଚାୟତସ୍ତରୀୟ ନେତାଙ୍କ...