ପ୍ରମୂଖ ଖବର
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପଥର ବିସ୍ଫୋରଣ ବେଳେ ଶ୍ରମିକଙ୍କ ମୃତ୍ୟୁ ; ବିସ୍ଫୋରକ ସାମଗ୍ରୀ ଜବତ,ଜଣେ ଗିରଫ

Published By : Prameya | April 16, 2025 5:15 PM

ଭଞ୍ଜନଗର, ୧୬।୪ : ସେତୁ ନିର୍ମାଣ ସ୍ଥଳରେ ପଥର ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଜାଲଖାଇ ନିକଟରେ ଏହି ଦୁର୍ଘଟଣା  ଘଟିଛି। ମୃତକ ଜଣକ ଆନ୍ଧ୍ରପ୍ରଦେଶ ରାଜ୍ୟ ଆମ୍ବେଦକର କନସିମା ଜିଲ୍ଲା ଅଧିନ ଚଲାବେରୁ ଡି.ଚିନ୍ନା ନାରାୟଣ ମୃର୍ତ୍ତି ।

ଗାଙ୍ଗପୁର ଥାନା ଜାଲଖାଇ ନିକଟ ବଡନଦୀ ଉପରେ ସେତୁ ନିର୍ମାଣ କରାଯାଉଛି। ଚିନ୍ନା ନାରାୟଣ କିଛି ଦିନ ଧରି ଶ୍ରମିକ ଭାବରେ ଏଠାରେ କାମ କରୁଥିଲେ। ବୁଧବାର ସେତୁର କଲମ ଖୋଳା ବେଳେ ପଥର ବିସ୍ଫୋରଣ ଘଟି ଚିନ୍ନାଙ୍କ   ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.