ସାଲେପୁର, ୦୪/୦୯: ପାରିବାରିକ କଲହର କରୁଣ ପରିଣତି। ଦେହରେ କିରାସିନି ଢାଳି ମହିଳା ଆତ୍ମହତ୍ୟା ଉଦ୍ୟମ ଘଟଣା। ଜୀବନମରଣ ସହ ୪୮ଘଣ୍ଟା ସଂଗ୍ରାମ କରି ଶେଷରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମହିଳା। ମହିଳା ଜଣକ ହେଲେ ସାଲେପୁର ଥାନା ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗ୍ରାମର ତିଳତୋମ ରାଉତ ।
ସୂଚନା ମୁତାବକ, ମହିଳା ଜଣକ ପାରିବାରିକ କଳହରୁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରି ପ୍ରଥମେ ତୁରନ୍ତ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଶରୀରର ୭୦ଭାଗ ଜଳିଯାଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସେଠାରୁ କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।