ଭୁବନେଶ୍ବର,୧୬/୧୧ : ବାରରେ ବାଜିଲା ଅବକାରୀ ବିଭାଗର ଛାଟ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍ । ବାର୍ବି ଏବଂ ଏମ୍ବିଆନ୍ସ ବାର୍ ସିଲ୍। ସିଲ୍ କଲେ ଡେପୁଟି ସୁପରିଣ୍ଟୋଣ୍ଡାଣ୍ଟ। ବାରରେ ଲେଡୀ ପର୍ଫରମର୍ ରଖିବା ହେଲା କାଳ ।
ବାର୍ ରେ ଯୁବତୀଙ୍କ ପର୍ଫର୍ମାନ୍ସ ପୂର୍ବରୁ ହେଲା ରେଡ୍ । ଭୁବନେଶ୍ୱର ଅବକାରୀ ବିଭାଗ କଲେ ରେଡ୍। ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ ଅବକାରୀ ବିଭାଗ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଆଗକୁ ମଧ୍ୟ ଆହୁରି ଜୋରଦାର ହେବ ଚଢଉ।