ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ

Published By : Harapriya Sethi | February 27, 2025 11:57 AM

ଭୁବନେଶ୍ୱର, ୨୭/୦୨: ଅଁଳାବେରେଣୀ ଗ୍ରାମ ମେଡିକାଲ ଛକ ନିକଟସ୍ଥ ଗୋପୀ ଭାଇ ସୁନା ଦୋକାନର ସଟର ତାଡି ଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍‌ ହୋଇଥିବା ସୁନା ଦୋକାନର ମାଲିକ ଗୋପୀନାଥ ପୃଷ୍ଟି ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ସୁନା ଦୋକାନରୁ ଦୁର୍ବୁତ୍ତ ମାନେ ଲୁଟ୍‌ କରିଥିଲେ । ବୁଧବାର ଶିବରାତ୍ରୀ ଥିବାରୁ ଗୋପୀନାଥ ଅପରାହ୍ନ ୫ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଲୁଟ୍‌ କରିଥିଲେ । ଗୁରୁବାର ସକାଳୁ ଆସି ଦୋକାନ ଖୋଲିବାକୁ ଯାଉଥିବା ବେଳେ ଦୋକାନର ସଟର ତାଡି ହୋଇଥିବା ଦେଖିବାକୁ ପାଇଥିଲେ ଗୋପୀନାଥ । ଏହା ଦେଖି ସେ ତୁରନ୍ତ ତୁମୁସିଙ୍ଗା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ତୁମୁସିଙ୍ଗା ପୋଲିସ । ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହିତ ୧ ହଜାର ଟଙ୍କା ଲୁଟ୍‌ ହୋଇଥିବା ମାଲିକ ଗୋପୀନାଥ କହିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.