ବୌଦ୍ଧ,୧୫/୦୧: ଆଦର୍ଶ ଥାନା ଅଞ୍ଚଳରେ ବଢୁଛି ଲୁଟେରାଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବଢ଼ିଗାଁ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଆରମ୍ଭ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ବଢ଼ିଗାଁ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏଟିଏମ୍‌ରୁ ଲୁଟ୍‌ କରି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ସକାଳ ହେବା ପରେ ଏଟିଏମ୍‌ରୁ ଲୁଟ୍‌ ହେବା ବିଷୟରେ ଜାଣିବାକୁ ପାଇଥିଲେ ସ୍ଥାନୀୟଲୋକେ । ଲୁଟ୍‌ ହୋଇଥିବା ଜାଣି ପାରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।