ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ରାସ୍ତାକଡକୁ ଓଲଟିଲା ଲକ୍ଷ୍ମୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya | January 19, 2025 7:30 PM

ବାଲିଗୁଡା,୧୯।୧  : ବେଲଘର ଥାନା ହାତୀମୁଣ୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଲଷ୍ମୀ ବସ l  ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ଲଷ୍ମୀ ବସଟି ତୁମୁଡିବନ୍ଧରୁ ଝିରିପାଣି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ତେବେ ବସରେ ମାତ୍ର ୫ ଜଣ ଯାତ୍ରୀ ରହିଥିବା ବେଳେ ବସ ଡ୍ରାଇଭର ଓ ଅନ୍ୟ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣା ପଡିଛି l 

ଲଷ୍ମୀ ବସଟି ତୁମୁଡିବନ୍ଧ ରୁ ଝିରିପାଣି ଯାଉଥିଲା। ତୁମୁଡିବନ୍ଧ ରୁ ବାହାରି ଲଙ୍କାଗଡ଼ରୁ ୩ କିଲୋମିଟର ଅତିକ୍ରମ କରି ହାତୀମୁଣ୍ଡା ନିକଟରେ ପହଞ୍ଚିବା ପୂର୍ବରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ବସରେ ଥିବା ୫ ଜଣ ଯାତ୍ରୀ, ଡ୍ରାଇଭର ଓ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ଜେସିବି ମେସିନ ଦ୍ୱାରା ଘଟଣା ସ୍ଥଳରୁ ଦୁର୍ଘଟଣା ଗସ୍ତ ବସକୁ ଉଦ୍ଧାର କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.