ଭୁବନେଶ୍ବର, ୨୨।୧୦ : ଓଡିଶା ସର୍ବୋଡିନେଟ ଷ୍ଟାଫ ସିଲେକସନ କମିଶନ(ଓଏସଏସଏସସି) ରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ  ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।  ସେହିପରି  ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ର ଓ  ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।