କାଶୀନଗର, ୨୮/୧୦ : ଭୀଷଣ ରୂପ ନେଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। କାଶୀନଗର ବ୍ଲକ ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା-ବାରଭା ରାସ୍ତାରେ ଧସିଲା ପାହାଡ଼। ବଡ଼ ବଡ଼ ପଥର ପଡ଼ି ରହିଥିବାରୁ ରାସ୍ତା ଅବରୋଧ ହୋଇଯାଇଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ତୁରନ୍ତ ଓଡ୍ରାଫ୍ ଟିମ୍ ପହଞ୍ଚି ଜେସିବି ମାଧ୍ୟମରେ ପଥର ହଟାଇବା କାମ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ତଥା ପର୍ଯ୍ୟବେକ୍ଷକ ଅଧିକାରୀ ଫାଲ୍ଗୁନୀ ମାଝି, ବ୍ଲକ ଓ ଏନଏସି ନୋଡାଲ ଅଫିସର ଡ଼ମ୍ବୁରୁ ଧର ମଲ୍ଲିକ ଓ ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।