ନୂଆଦିଲ୍ଲୀ,୧୫।୪:  କେନ୍ଦ୍ର ଓ ଦକ୍ଷିଣ ରାଜ୍ୟ ମଧ୍ୟରେ ଜାରି ରହିଛି ଭାଷା ବିବାଦ। ଏହା ଭିତରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଖୁବ୍ ଭାଇରାଲ ହେଉଛି। ଜଣେ ୟୁଜର ଦାବି କରିଛନ୍ତି ଯେ, ବେଙ୍ଗାଲୁର କେମ୍ପେଗୌଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରୁ ହିନ୍ଦୀକୁ ହଟାଇ ଦିଆଯାଇଛି। ଗତ ସପ୍ତାହରେ ଏକ୍ସରେ ଏହି ଭିଡିଓ ଆସିବା ପରେ ଖୁବ୍ ଭାଇରାଲ ହେଡଉଛି। ଏଥିରେ ଏୟାରପୋର୍ଟର ଡିଜିଟାଲ ସ୍କ୍ରିନ୍‌ରେ ଫ୍ଲାଇଟ୍ ନମ୍ବର, ଡେଷ୍ଟିନେସ୍‌, ଷ୍ଟାଟସ୍‌ ଓ ଗେଟ୍ ନମ୍ବର କେବଳ କନ୍ନଡ ଓ ଇଂଲିସରେ ଲେଖାଥିଲା। ପୋଷ୍ଟ କ୍ୟାପସନ୍‌ରେ କନ୍ନଡରେ ଲେଖାଯାଇଥିଲା ‘କେମ୍ପେଗୌଡା ଇଣ୍ଟରନ୍ୟାସନାଲ ଏୟାରପୋଟରୁ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରୁ ହିନ୍ଦୀ ହଟାଇ ଦିଆଯାଇଛି। କନ୍ନଡ ଓ ଇଂଲିସରେ ଲେଖା ହୋଇଛି। କ’ଣ ଏହା ହିନ୍ଦୀକୁ ବିରୋଧ କି ? ଏହା କିନ୍ତୁ ପ୍ରକୃତରେ ଭଲ ଡେଭଲପମେଣ୍ଟ।’

ଭିଡିଓ ଭାଇରାଲ ହେବା ମାତ୍ରେ ଇଣ୍ଟରନେଟ୍‌ରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଥିଲା। ବେଙ୍ଗାଲୁର ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍(BIAL) କେମ୍ପେଗୌଡା ଇଣ୍ଟରନ୍ୟାସନାଲ(KIA)କୁ ଅପରେଟ୍ କରିଥାଏ। ଏହି ମାମଲାରେ KIA ଜବାବ୍ ଆସିଛି। ଏଥିରେ କୁହାଯାଇଛି ଏୟାରପୋର୍ଟର ଫ୍ଲାଇଟ ଇନଫରମେସନ୍ ଡିସ୍‌ପ୍ଲୋ ସିଷ୍ଟମରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ଡିସପ୍ଲେରେ ଇଂରାଜୀ ଓ କନ୍ନଡ ଭାଷାର ବ୍ୟବହାର ହେଉଛି, ଯେପରି ଯାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ। ଟର୍ମିନାଲ୍ସରେ ସାଇନେଜ ଇଂଲିଶ, କନ୍ନଓ ହିନ୍ଦୀରେ ତିଆରି ହୋଇଛି।

ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ BIAL ନିଜର ଓ୍ବେବସାଇଟ୍‌ରେ କନ୍ନଡ ଭାଷାର ବିକଳ୍ପ ଯୋଡିଥିଲା। ଜାରି ପ୍ରେସ୍ ରିଲିଜ୍‌ରେ BIAL କହିଥିଲା ‘ଷ୍ଟେଟ୍ ଲାଙ୍ଗୁଏଜ୍‌ରେ ନୂଆ ଫିଚର ଯାତ୍ରୀଙ୍କୁ ଏୟାରପୋର୍ଟ ସର୍ଭିସେଜ୍‌ରେ ସହଜରେ ବ୍ୟବହାର କରିବାରେ ସାହାଯ୍ୟ କରିବ। କନ୍ନଡରେ ରିୟଲ-ଟାଇମ୍ ଫ୍ଲାଇଟ୍ ଇନଫରମେସନ୍ ମିଳିବ। ଯାହାଫଳରେ ଉଡାଣ ଭରିବା,ପହଁଞ୍ଚିବା ଓ ବିଳମ୍ବ ସମ୍ପର୍କରେ ଅପଡେଟ ରହିଛି।