ଭୁବନେଶ୍ୱର,୩୧/୦୩: ଲୁଟ୍‌ର ନୂଆ ତରିକା ଆପଣାଉଛନ୍ତି ଲୁଟେରା । ଅନ୍ଧାରରେ ଆସୁଛନ୍ତି, ଲୁଟିନେଇ ପଳାଉଛନ୍ତି । ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟୁଛନ୍ତି । ତାପରେ ଘର ପଶି ନେଇ ଯାଉଛନ୍ତି ଲାପଟପ୍‌ ଏବଂ ମୋବାଇଲ୍‌ । ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତି ବିହାର ଓ ପଞ୍ଚସଖା ନଗରରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତି ବିହାର ଓ ପଞ୍ଚସଖା ନଗରରୁ ଲୁଟ୍‌ ହୋଇଛି । ଲୁଟେରାମାନେ ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟିଥିଲେ । ଏହାପରେ ସୁଯୋଗ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ବହୁ ଦାମୀ ଲାପ୍‌ଟପ୍‌ ଓ ମୋବାଲ୍‌ ଲୁଟି ନେଇଛନ୍ତି । ଥାନାରେ ଲିଖିତ ଅଭିଯୋଗ ଅନୁସାରେ ଲୁଟେରାମାନେ ୧୨ଟି ଲାପଟପ୍‌ ଓ ୮ଟି ଦାମୀ ନେଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।