ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କରେଣ୍ଟ କାଟିଦେଲେ; ଅନ୍ଧାର କରି ଆସିଲେ, ଲୁଟିନେଲେ...

Published By : Harapriya Sethi | March 31, 2025 1:45 PM

ଭୁବନେଶ୍ୱର,୩୧/୦୩: ଲୁଟ୍‌ର ନୂଆ ତରିକା ଆପଣାଉଛନ୍ତି ଲୁଟେରା । ଅନ୍ଧାରରେ ଆସୁଛନ୍ତି, ଲୁଟିନେଇ ପଳାଉଛନ୍ତି । ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟୁଛନ୍ତି । ତାପରେ ଘର ପଶି ନେଇ ଯାଉଛନ୍ତି ଲାପଟପ୍‌ ଏବଂ ମୋବାଇଲ୍‌ । ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତି ବିହାର ଓ ପଞ୍ଚସଖା ନଗରରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତି ବିହାର ଓ ପଞ୍ଚସଖା ନଗରରୁ ଲୁଟ୍‌ ହୋଇଛି । ଲୁଟେରାମାନେ ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟିଥିଲେ । ଏହାପରେ ସୁଯୋଗ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ବହୁ ଦାମୀ ଲାପ୍‌ଟପ୍‌ ଓ ମୋବାଲ୍‌ ଲୁଟି ନେଇଛନ୍ତି । ଥାନାରେ ଲିଖିତ ଅଭିଯୋଗ ଅନୁସାରେ ଲୁଟେରାମାନେ ୧୨ଟି ଲାପଟପ୍‌ ଓ ୮ଟି ଦାମୀ ନେଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.