ନୂଆଦିଲ୍ଲୀ,୨୧/୦୧: ମୁମ୍ବାଇ ଆକ୍ରମଣ  (୨୬/୧୧) ଭଳି ଆକ୍ରମଣ କରାଇବା ଲାଗି  ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା  ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଉଛି । ସାମୁଦ୍ରିକ  ପଥରେ ଆକ୍ରମଣ କରିବା ପାଇଁ ଲସ୍କର ଓ ତାର  ଛାମୁଆ ସଙ୍ଗଠନ ପିଏମ୍‌ଏମ୍‌ଏଲ୍‌ (ପାକିସ୍ତାନ  ମର୍‌କାଜି ମୁସଲିମ ଲିଗ୍‌) ପକ୍ଷରୁ ମିଳିତ ଭାବେ  ସ୍ୱତନ୍ତ୍ର ଜଳ ବାହିନୀ (ୱାଟର ଫୋର୍ସ) ଗଠନ  କରାଯାଇଛି ।

ଏହି ବାହିନୀରେ ସାମିଲ ଯୁବକମାନଙ୍କୁ  ସ୍ୱତନ୍ତ୍ର ଭାବେ ଟ୍ରେନିଂ ମଧ୍ୟ ଦିଆଯାଉଛି । ଯାହାର  ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ  ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଇଛି ଯେ  ଯୁବକମାନଙ୍କୁ ସ୍କୁବା ଡାଇଭିଂ, ପେସାଦାର ପହଁରା  ତାଲିମ୍‌, ହାଇସ୍ପିଡ୍‌ ବୋଟ୍‌ ଚଳାଇବା, ପାଣିତଳ  ଅପରେସନ ଏବଂ ସୋସିଆଲ ମିଡିଆ ସଂଚାଳନ  ଆଦି ଟ୍ରେନିଂ ଦିଆଯାଉଛି । ଲସ୍କାର ନେତା ହରିଶ  ଦାର ଏହି ଟ୍ରେନିଂ ସମୟରେ ଉପସ୍ଥ ିତ ରହି ତାର  ତଦାରଖ କରୁଛି । ସେ ସ୍ୱୀକାର କରି କହୁଛି ଯେ  ଏକ ଉତ୍ସର୍ଗୀକୃତ ଜଳବାହିନୀ ଗଠନ କରାଯାଉଛି ।  ୩ଟି ତହସିଲରେ ୧୩୫ ଜଣ ଯୁବକଙ୍କୁ ନିଯୁକ୍ତି  ଦିଆଯାଇଛି ଏବଂ ସେମାନଙ୍କ ଟ୍ରେନିଂ ଦାୟିତ୍ୱ  ତାକୁ ମିଳିଛି । ଭାରତୀୟ ନ୍ୟୁଜ ଚ୍ୟାନେଲ ଏହି  ଭିଡିଓ ପାଇଥିବା ଓ ତାର ପ୍ରସାରଣ କରୁଥିବା  କଥା ସେ ସ୍ୱୀକାର କରିଛି ।

ସେପଟେ ଭାରତୀୟ  ସୁରକ୍ଷା ବାହିନୀ ଲସ୍କରର ଏହି ନୂଆ ଯୋଜନାକୁ  ନେଇ ସତର୍କ ହୋଇଛି । କିଛିଦିନ ତଳେ ଲସ୍କରର  ଉପମୁଖ୍ୟ ସୈଫୁଲା ଖଲିଦ କସୁରି ଭାରତକୁ ଧମକ  ଦେଇ କହିଥିଲା ଯେ ସାମୁଦ୍ର ିକ ପଥରେ ଟାର୍ଗେଟ  କରାଯିବ ଏବଂ ୨୬/୧୧ ଭଳି ପ୍ରଚଣ୍ଡ ଆକ୍ରମଣ  ହେବ । ମୁରିଦ୍‌କେ ଠାରେ ଭାଷଣ ଦେଇ ସେ  କହିଥିଲା ୨୦୨୫ରେ ପାକିସ୍ତାନ ଆକାଶ ମାର୍ଗରେ  କାୟା ବିସ୍ତାର କରିଥିଲା । ୨୦୨୬ରେ ପାକିସ୍ତାନ  ସାମୁଦ୍ର ିକ ପଥରେ କାୟା ବିସ୍ତାର କରିବ ।