ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା

Published By : Harapriya Sethi | January 29, 2025 9:20 AM

ଭୁବନେଶ୍ୱର,୨୯/୦୧: ବୁଧବାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ବା ଶେଷ ଦିନ । ବୁଧବାର ହେବାକୁ ଥିବା ଏହି ଅଧିବେସନରେ ୧୦ଟି ସେସନ୍‌ ରହିଛି । ଯେଉଁଥିରେ ମହିଳା ଉଦ୍ୟୋଗୀ ଉପରେ ସ୍ୱତନ୍ତ୍ର ସେସନ୍‌ ହେବ । 'ସୁଭଦ୍ରା'ରୁ ମୁଦ୍ରାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଅଧିବେସନ ହେବ । ଶେଷ ଦିନରେ ସ୍କିଲ୍‌ ଇନ୍‌ ହେଲ୍ଥ ସେକ୍ଟର୍‌ ଏବଂ ଫାର୍ମା ସେକ୍ଟର ନିବେଶ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ । ଉତ୍କର୍ଷ ଓଡ଼ିଶାର ଦ୍ଵିତୀୟ ଦିନରେ ଆଉ ୩୦ ଟି ଏମଓୟୁ କରିବେ ରାଜ୍ୟ ସରକାର I  ରାଜ୍ୟ ସରକାର ୧୦୦ ରୁ ଅଧିକ ଏମଓୟୁ ଲକ୍ଷ୍ୟ ରଖିଥିବା ବେଳେ ସେ ଲକ୍ଷ୍ୟ ଠାରୁ ଅଧିକ ହେବ ବୋଲି କହିଛନ୍ତି ଶିଳ୍ପ ସଚିବ । ଆଜି ୩୦ଟି ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି । 

ମଙ୍ଗଳବାର ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍-୨୦୨୫ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଓଡ଼ିଶାକୁ ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ ବୋଲି କହିଥିଲେ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ତେବେ ପ୍ରଥମ ଦିନରେ ସାଢେ ୪ଲକ୍ଷ କୋଟି ଟଙ୍କାର ନିବେଶ ମିଳିଛି । ୫୪ ଟି ଏମଓୟୁ ହୋଇଛି । ଶେଷ ଦିନରେ ତିନିହଜାର କୋଟି ନିବେଶ ଆସିବ ବୋଲି ଆଶା କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.