ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ

Published By : Harapriya Sethi | August 4, 2025 7:03 AM

ଆଠଗଡ଼, ୦୪/୦୮: ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଯେ, ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ । ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ।

ଧାର୍ମିକ ବିଶ୍ୱାସ  ରହିଛି ଶ୍ରାବଣ ମାସର ସୋମବାରରେ ବାବା ଧବଳେଶ୍ବରଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ। ପୂଜକ ସମିତି ପକ୍ଷରୁ ରାତ୍ର ୪ଟାରେ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରି ମଙ୍ଗଳାଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା । ଏହା ପରେ ଶ୍ରଦ୍ଧାଳୁ ମାନେ ଜଳଲାଗି କରିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ  ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.