ପୁରୀ ୧୮/୧୧: ସରିଲା ଧର୍ମ ମାସ କାର୍ତ୍ତିକ। ଶ୍ରୀମନ୍ଦିରରେ କମିଲା ଶ୍ରଦ୍ଧାଳୁଙ୍କ ଭିଡ। ଖୁବ୍‌ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ଏନେଇ ଏଏସ୍‌ଆଇ ଟିମ୍ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି ସରିବା ପରେ ଗଣତି ମଣତି ଆରମ୍ଭ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଗଣାମଧ୍ୟମକୁ ସୂଚନା ଦେଇଛି। 

ସେପଟେ ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗେଇବ। ଆସନ୍ତା ବୁଧବାର ଏନେଇ ବୈଠକ ବସିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛି।