ଭୁବନେଶ୍ୱର, ୦୫/୦୧: ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ । ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି । ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆପରାଧୀଙ୍କୁ ମିଳିବ ଦଣ୍ଡ । 


କହିରଖୁ କି, ରବିବାର ଅର୍ଥାତ ଆଜି ଭୋର ସମୟରେ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜେନ୍‌ରେ ଏକ ଡ୍ରୋନ୍‌ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଅଧଘଣ୍ଟା ଧରି ଏହି ଡ୍ରୋନ୍‌ଟି ମେଘନାଦ ପାଚେରୀ ଚାରିପଟେ, ଦଧିନଉତି ଉପରେ, ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏବଂ ଏହାର ଚାରିପଟେ ଘୁରି ବୁଲିଥିଲା । ସ୍ଥାନୀୟଲୋକେ ଏହି ସମୟର କିଛି ଦୃଶ୍ୟ ମୋବାଇଲ୍‌ରେ କଏଦ କରିଥିଲେ । ତେବେ ଏହି ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ନୋ ଫ୍ଲାଇଂ ଜୋନ୍‌ରେ କିଏ ଏବଂ କେମିତି ଡ୍ରୋନ୍ ଉଡାଇଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।