ଭୁବନେଶ୍ବର,୧୬।୧୦ : ଖୁଵ ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ ରିଭିଜନ କମିଶନ I ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଯେଉଁ ଅପ୍ରସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ତାର ପରିବର୍ତ୍ତନ ଆବଶ୍ୟକ ଅଛି I ସେଠି ପାଇଁ ରାସ୍ତା ଖୋଲିବ। ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନବିନ୍ୟାସ ଆବଶ୍ୟକତା ଅଛି I ତେଣୁ ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।