ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶାହରୁଖ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

Published By : Anindita Ratha | November 12, 2024 12:53 PM

ମୁମ୍ବାଇ,୧୨/୧୧:ନିକଟରେ ସଲମାନଙ୍କ ପରେ  ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କୁ ମିଳିଥିଲା ହତ୍ୟା ଧମକ। ଯାହାକୁ ନେଇ ପୋଲିସ ଧମକ ଦେଇଥିବା ବ୍ୟକ୍ତିଙ୍କୁ  ଗିରଫ କରିଛି।ମୁମ୍ବାଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ରାୟପୁରରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଫୈଜାନ ଖାନ୍‌। ସେ ପେସାରେ ଜଣେ ଓକିଲ। ମୁମ୍ବାଇ ପୁଲିସ ଆଜି ସକାଳୁ ଛତିଶଗଡର ରାୟପୁରରେ ଥିବା ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ମହମ୍ମଦ ଫୈଜାନ ଅଭିନେତାଙ୍କୁ ଧମକଚମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିଲେ।ବର୍ତ୍ତମାନ ଛତିଶଗଡର ରାଜଧାନୀ ରାୟପୁରରେ ମୁମ୍ବାଇ ପୁଲିସ ଟିମ୍ ଉପସ୍ଥିତ ରହି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ତେବେ ବାନ୍ଦ୍ରା ପୁଲିସ ଷ୍ଟେସନକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଶାହରୁଖ ଖାନ୍‌ଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିଲେ। ନଭେମ୍ବର ୫ ତାରିଖରେ ଏହି ଫୋନ୍‌ କଲ୍‌ ଆସିଥିଲା। ଏହାପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପୁଲିସ ଯେଉଁ ନମ୍ବରରୁ ଫୋନ୍‌ କଲ୍ ଆସିଥିଲା ତାକୁ ଟ୍ରେସ୍‌ କରିବା ପରେ ଏହା ଛତିଶଗଡ଼ ରାୟପୁରର ମହମ୍ମଦ ଫୈଜାନ ଖାନ୍‌ଙ୍କ ବୋଲି ଜଣାପଡିଥିଲା। ଏହାପରେ ପରେ ତଦନ୍ତ ପାଇଁ ମୁମ୍ବାଇ ପୁଲିସର ଏକ ଟିମ୍‌ ଛତିଶଗଡ଼ ଯାଇ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ। ଜଣାପଡିଥିଲା ଯେ, ଏହି ଘଟଣାର ତିନି ଦିନ ପୂର୍ବରୁ ଅର୍ଥାତ୍ ୨ ନଭେମ୍ବରରେ ତାଙ୍କ ଫୋନ୍ ଚୋରି ହୋଇଯାଇଥିଲା ଏବଂ ସେ ନମ୍ବର ବନ୍ଦ କରିପାରିନଥିଲେ। ରାୟପୁରରେ ଫୋନ୍ ଚୋରି ହୋଇଥିବା ନେଇ ଏକ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.