ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜାନୁଆରୀ ୨୬ ସୁଦ୍ଧା ଦକ୍ଷିଣ ଲେବାନନ୍‌ରୁ ଇସ୍ରାଏଲ ନିଜ ସୈନ୍ୟ ଫେରାଇ ନେବା ଦରକାର: ଜୋସେଫ୍‌ ଔନ

Published By : Tapas Panda | January 18, 2025 9:33 PM

Image Courtesy: wionews

ନୂଆଦିଲ୍ଲୀ: ଜାନୁଆରୀ ୨୬ ସୁଦ୍ଧା ଦକ୍ଷିଣ ଲେବାନନ୍‌ରୁ ଇସ୍ରାଏଲ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଦରକାର ବୋଲି ହେବ ବୋଲି ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋସେଫ୍‌ ଔନ କହିଛନ୍ତି ।   ଏହି ଦିନ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ବୁଝାମଣା ସଂପୂର୍ଣ୍ଣ ରୂପେ ଲାଗୁ ହେବର ଅଛି । ଏହା ପୂର୍ବରୁ ଇସ୍ରାଏଲ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ବୋଲି ହିଜବୁଲ୍ଲା ମୁଖ୍ୟ ନାଇମ୍‌ କାସିମ ଅଭିଯୋଗ କରିଥିଲେ । ଏପରିକି ଏଥିପାଇଁ ଇସ୍ରାଏଲକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଥିଲେ । ଏହା ପରେ ପରେ ଦେଶର ରାଷ୍ଟ୍ରପତି ଜୋସେଫ ଔନ ଏଭଳି ଦାବି କରିଛନ୍ତି । 

ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କୁ ଔନ କହିଛନ୍ତି ଯେ, ନଭେମ୍ବର ୨୭ ପୂର୍ବରୁ ଦକ୍ଷିଣ ଲେବାନନ୍‌ରୁ ଇସ୍ରାଏଲ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଦରକାର । ଏହା ସହ ଇସ୍ରାଏଲର ଆକ୍ରମଣ ଫଳରେ ଲେବାନନ୍‌ର ଅନେକ ଘର ଧ୍ବଂସ ହୋଇଥିବା ବେଳେ ଲୋକେ ବାସହରା ହେଉଛନ୍ତି ବୋଲି ସେ ଦାବି କରିଛନ୍ତି ।  ଯୁଦ୍ଧ ବିରତି ବୁଝାମଣା ଅନୁସାରେ, ଇସ୍ରାଏଲ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ଥିବା ବେଳେ ହିଜବୁଲ୍ଲା ମଧ୍ୟ  ଲଟାନି ନଦୀ କୂଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ । ଏପରିକି ଦକ୍ଷିଣରେ ଥିବା ସମସ୍ତ ମିଲିଟାରି କ୍ୟାମ୍ପ ଉଠାଇବ ହିଜବୁଲ୍ଲା ।

 ହିଜବୁଲ୍ଲା ମୁଖ୍ୟ କାସିମ କହିଥିଲେ, ଲେବାନନ୍‌ରେ ଇସ୍ରାଏଲ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି । ଶତାଧିକ ଥର ଏଭଳି ଅସ୍ତ୍ର ବିରତି ଉଲ୍ଲଂଘନ କରି ଇସ୍ରାଏଲ ଏବେ ଧୈର୍ଯ୍ୟର ସୀମା ଲଂଘିଛି । ଏହାକୁ ଆଗକୁ ଜାରି ରଖି ପାରିବ ନାହିଁ । ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ ବୋଲି ସେ ଇସ୍ରାଏଲକୁ ଚେତାବନୀ ଦେଇଥିଲେ । କାସିମଙ୍କ ଏହି ଚେତାବନୀ ଏଭଳି ସମୟରେ ଆସିଛି, ଯେତେବେଳ ଗୁଟେରସ୍‌ ଲେବାନନ୍‌ରେ ପହଞ୍ଚି ସେଠାକାର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି ।  ସେ ଲେବାନନ୍‌ର ପ୍ରଧାନମନ୍ତ୍ରୀ ନଓ୍ବାଫ ସାଲମ ଏବଂ ଜୋସେଫ ଔନଙ୍କ ସହ ଦେଶର ସାଂପ୍ରତିକ ପରିସ୍ଥିତି ସଂପର୍କରେ କଥା ହୋଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.