ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌: ଫାଇନାଲ୍‌ରେ କୋଣାର୍କ ସୂର୍ଯ୍ୟସ, ୧୬ରେ ସଦର୍ଣ୍ଣ ସୁପରଷ୍ଟାର୍ସ ସହ ଟାଇଟଲ୍ ଟକ୍କର

Published By : Prameya | October 15, 2024 11:09 AM

ଶ୍ରୀନଗର,୧୫/୧୦: କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଚଳିତ ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ରେ ୧ ରନ୍‌ରେ ହାଇଦ୍ରାବାଦକୁ ପରାସ୍ତ  କରି ଫାଇନାଲରେ ପ୍ରବେଶ  କରିଛି । ଆସନ୍ତା ୧୬ ତାରିଖରେ  ଓଡ଼ିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ଫାଇନାଲ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟର ବେଶ ଚିତାକର୍ଷକ ହୋଇଥିଲା । କୋଣାର୍କ  ସୂର୍ଯ୍ୟସ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌  ହରାଇ ୧୫୬ ରନ୍‌ କରିଥିଲା । ଜବାବରେ  ହାଇଦ୍ରାବାଦ ୬ ୱିକେଟ୍‌ ହରାଇ ୧୫୫  ରନ୍‌ କରିବାରେ ସଫଳ ହୋଇଥିଲା । 

ଅନ୍ତିମ ଓଭରରେ ହାଇଦ୍ରାବାଦ  ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ  କରୁଥିଲା । କୋଣାର୍କ ସୂର୍ଯ୍ୟସ ଅଧିନାୟକ  ଇରଫାନ ପଠାନ ବୋଲିଂ କରିବାକୁ  ଆସିଥିଲେ । ପ୍ରଥମ ବଲରେ ୧ ଓ  ଦ୍ୱିତୀୟ ବଲରେ ୨ ରନ୍‌ ଦେଇଥିଲେ ।  ତୃତୀୟ ବଲକୁ ସାମିଉଲ୍ଲା ସିନୱାରୀ  ଛକା ମାରିବା ପରେ ମ୍ୟାଚ୍‌  ଏକ ପ୍ରକାର ହାତଛଡ଼ା କରି  ସାରିଥିଲା ଓଡ଼ିଶା ।  

ମାତ୍ର ଅଧିନାୟକ  ଇରଫାନ ଏହାପରେ ନିଜର  ଚମତ୍କାରିତା ଦେଖାଇଥିଲେ । ଚତୁର୍ଥ  ବଲରେ ସିନୱାରୀଙ୍କ ଆଉଟ୍‌ କରିବା  ପରେ ଖେଳ ସଂପୂର୍ଣ୍ଣ ପଲଟି ଯାଇଥିଲା ।  ପଞ୍ଚମ ବଲରେ ଷ୍ଟୁଆର୍ଟ ବିନ୍ନୀ ୧ ରନ୍‌  ନେଇଥିଲେ । କିନ୍ତୁ ଅନ୍ତିମ ବଲରେ  ଅଧିନାୟକ ଗୁରକୀରତ ସିଂ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ ।  ଫଳରେ କୋଣାର୍କ ସୂର୍ଯ୍ୟସ ମାତ୍ର ୧  ରନ୍‌ରେ ବିଜୟୀ ହୋଇଥିଲା । 

ବ୍ୟାଟିଂ ଆମନ୍ତ୍ରଣ ପାଇ କୋଣାର୍କ  ସୂର୍ଯ୍ୟସ ସେମିତି ଭଲ ଆରମ୍ଭ କରିପାରି  ନଥିଲା । ଓପନର ରିଚାର୍ଡ ଲେଭି  (୬) ଓ ଦିଲସାନ ମୁନାବୀରା (୧୮)  ସହଳ ପାଭିଲିୟନ ଫେରିଥିଲେ ।  କିନ୍ତୁ ମଧ୍ୟଭାଗରେ  କେଭିନ ଓ’ବ୍ରାଏନଙ୍କ  (୫୦) ଅର୍ଦ୍ଧଶତକ ଏବଂ  ଇରଫାନଙ୍କ ଅପରାଜିତ ୪୯ ରନ୍‌ ସହାୟତାରେ  ଦଳ ୧୫୬ ରନ୍‌ କରିପାରିଥିଲା । 

ହାଇଦ୍ରାବାଦ ଆରମ୍ଭରୁ ଶୀର୍ଷ  କ୍ରମର ୩ ବ୍ୟାଟର ଚାଡୱିକ ୱାଲଟନ  (୧୦), ଜର୍ଜ ୱାକର (୬) ଓ ପିଟର  ଟ୍ରେଗୋଙ୍କୁ (୧୫) ହରାଇଥିଲା। ମାତ୍ର  ରିକି କ୍ଲାର୍କ ମଧ୍ୟଭାଗରେ ବିସ୍ଫୋରକ  ବ୍ୟାଟିଂ କରି ଦଳକୁ ବିଜୟ ନିକଟତର  କରାଇଥିଲେ । ସେ ୪୪ ବଲରୁ ୬୭  ରନ୍‌ କରିଥିଲେ । ହେଲେ ଅଧିନାୟକ  ଗୁରୁକୀରତ (୨୭) ଶେଷ ପର୍ଯ୍ୟନ୍ତ  ଅପରାଜିତ ରହିଥିଲେ ବି ଦଳକୁ  ଜିତାଇ ପାରିନଥିଲେ । ଶ୍ରେଷ୍ଠ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଇରଫାନ ପ୍ଲେୟାର ଅଫ୍‌  ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.