ଭୁବନେଶ୍ୱର,୧୧/୦୭: ଲିଜେଣ୍ଡସ ଲିଗ୍‌ କ୍ରିକେଟ  (ଏଲ୍‌ଏଲ୍‌ସି)ର ଚତୁର୍ଥ ସଂସ୍କରଣ ନଭେମ୍ୱର ୧୯ ରୁ  ଡିସେମ୍ୱର ୧୩ ତାରିଖ ଆୟୋଜିତ ହେବ । ପୂର୍ବ ସଂସ୍କରଣ  ଗୁଡ଼ିକରେ ଉଲ୍ଲେଖନୀୟ ସଫଳତା ପରେ ସିଜନ-୪କୁ ଆହୁରି  ବିଶାଳ କରାଯାଇଛି । ଯେଉଁଥିରେ ଅଧିକ ମ୍ୟାଚ ଓ ଅଧିକ ଷ୍ଟାର ଖେଳାଳି ଏବଂ ପୂର୍ବାପେକ୍ଷା ଅଧିକ ସହରକୁ ସାମିଲ କରାଯାଇଛି ।  ପ୍ରଶଂସକମାନେ ଏକ  ଉତ୍ସାହପୂର୍ଣ୍ଣ ପରିବେଶରେ ରୋମାଞ୍ଚକର ଆକ୍ସନ ଓ  କିମ୍ୱଦନ୍ତୀ ଖେଳାଳିଙ୍କ  ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ  ଉପଭୋଗ କରିପାରିବେ । 

ଏଲ୍‌ସିସିର ଅଧ୍ୟକ୍ଷ ବିବେକ ଖୁସାଲାନି କହିଛନ୍ତି, ‘ଆମେ ଲିଜେଣ୍ଡସ ଲିଗ୍‌ କ୍ରିକେଟର  ଚତୁର୍ଥ ସଂସ୍କରଣର ଘୋଷଣା କରି ବେଶ ଉତ୍ସାହିତ । ଏଥର  ଆମେ ଅଧିକ ମ୍ୟାଚ, ଅଧିକ ଭେନ୍ୟୁ ଓ ଅଧିକ କିମ୍ୱଦନ୍ତୀ  ଖେଳାଳିଙ୍କ ସହ ଏହାର ଆକାରକୁ ଆହୁରି ବୃଦ୍ଧି କରିଛୁ।