ନୂଆଦିଲ୍ଲୀ,୧୭/୦୩: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନି ଏଲ୍‌ଜି  ଏହାର ଭାରତ ୟୁନିଟ ଲାଗି ପ୍ରାଥମିକ ପବ୍ଲିକ ଅଫର (ଆଇପିଓ) ଆଣିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ  ବୋର୍ଡ (ସେବି) ଏ ନେଇ ଏଲ୍‌ଜିର ଡ୍ରାଫ୍ଟ ପେପରକୁ ମଞ୍ଜୁରୀ ପ୍ରଦାନ  କରିଛି । ଏହି ଆଇପିଓର ସାଇଜ ୧୫  ହଜାର କୋଟି ଟଙ୍କା ହେବ । ଅଫର୍‌  ଫର୍‌ ସେଲ୍‌ ଜରିଆରେ କମ୍ପାନି ୧୦.୧୮  କୋଟିର ଇକ୍ୱିଟି ଶେୟାର ବିକ୍ରି କରିବ ।  ଏହା ପୂର୍ବରୁ ୧୯ ଡିସେମ୍ବରରେ କମ୍ପାନି  ସେବି ନିକଟରେ ଡ୍ରାଫ୍ଟ ପେପର ଜାରି  କରିଥିଲା । ଏହି ଆଇପିଓ ଦେଶର ଟପ୍‌  ୫ ମଧ୍ୟରେ ସାମିଲ ହେବାକୁ ଯାଉଛି ।  ଏଲ୍‌ଜିର ଏହି ଆଇପିଓ ଲାଗି ମୋର୍ଗାନ  ଷ୍ଟାନଲି, ଜେପି ମୋର୍ଗାନ, ଆକ୍ସିସ  କ୍ୟାପିଟାଲ, ବୋଫା ସିକ୍ୟୁରିଟିଜ ଏବଂ ସିଟି ଗ୍ରୁପ ଲିଡ୍‌ ମ୍ୟାନେଜର ଭାବେ  ନିଯୁକ୍ତ ହୋଇଛନ୍ତି ।