ମାଲକାନଗିରି୩୦/୫(ଆପ୍ର ) କଥାରେ ଅଛି ମଣିଷ ଜୀବନ ପାଣିର ଫଟକା, ଯାହାକି ଶାସ୍ତ୍ର ରେ ଲେଖାଥିବାର ଲୋକେ କହନ୍ତି କି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣିଲେ ତେଣିକି ଯାଇ l ମଣିଷ ଜନ୍ମ ତ ମୃତ୍ୟୁ ସୁନିଶ୍ଚିତ । ଯାହାକି ଆଶ୍ଚର୍ଯ୍ୟ କର ଚାକିରୀ ଶେଷ ତ ଜୀବନ ଶେଷ l ଏହା ଏକ ଆଶ୍ଚର୍ଯ୍ୟ କର ମୃତ୍ୟୁ ।  ଚାକିରୀ କଲେ ୩୦ ବର୍ଷ ରୁ ଉର୍ଦ୍ଧ ଆଉ ଯେଉଁ ଦିନ ଚାକିରୀ ରେ ଅବସର ନେଲେ ସେ ଦିନ ଜୀବନ ଚାଲିଗଲା  l ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସ୍ଥ ଦଳପତିପୁଟ ଗ୍ରାମର ଭୀମସେନ ପ୍ରଧାନୀଙ୍କ ଜୀବନରେ।  ସେ ମାଲକାନଗିରିରୁ ଗତ କିଛି ମାସ ତଳେ ନବରଙ୍ଗପୁରପୁର ଜିଲ୍ଲା କୁ ବଦଳି ହୋଇ ଯାଇଥିଲେ।  ସେଠାରେ ସେ ଅବସର ନେଲେ।  ସେ ଫେରିବା ବଦଳ ରେ ତାଙ୍କ ଶବ ଘରକୁ ଫେରିଲା। 

 ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ନିକଟସ୍ଥ ଦଳପତିପୁଟ ଗ୍ରାମର ଭୀମସେନ ପ୍ରଧାନୀ ଜଣେ ସରକାରୀ ଚାକିରି କରୁଥିଲେ । ସେ ଜଣେ ଆଦିବାସୀ ଅଦ୍ୟୁଷିତ ଅଂଚଳ ମାଥିଲି ବ୍ଲକ ରେ ସମାଜ ସେଵୀ ଭାବେ ମଧ୍ୟ ପରିଚିତ ଥିଲେ l ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାମ କରୁଥିଲେ l ସେ ପ୍ରଥମେ ମାଥିଲି ବ୍ଲକ ର କୁଟୁଣୀପାଲ୍ଲୀ ପଞ୍ଚାୟତ ରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କ ବଦଳି ହୋଇଥିଲା  ନବରଙ୍ଗପୁର ଜିଲ୍ଲାର କଷାଗୁମୁଡା ବ୍ଲକକୁ l ହଠାତ ତାଙ୍କ ଦେହ ଅସୁସ୍ଥ ହେତୁ ନିକଟସ୍ଥ ମେଡିକାଲ କୁ ନେଇଥିଲେ ସେଠାରେ ଡାକ୍ତର ଭୀମସେନ ପ୍ରଧାନୀଙ୍କ ମୃତ ଘୋଷଣା କରିଥିଲେ l ଉକ୍ତ ମେଡିକାଲରୁ ଆଜି ଦଳପତି ପୁଟକୁ ତାଙ୍କ ମୃତଦେହ ଆଣି ଥିଲେ।  ତାଙ୍କ ମୃତ୍ୟୁ ରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।ତାଙ୍କ  ଶବସ୍କାର ସମୟରେ ଅନେକ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ l