ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜୀବନ ବୀମା ପଲିସି ନେଇଥିଲେ ଜାଣି ରଖନ୍ତୁ ଏହି ଖବର, କ୍ଲେମ୍ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଧରଣର ନିର୍ଦେଶ

Published By : Harapriya Biswal | February 27, 2025 4:40 PM

ନୂଆଦିଲ୍ଲୀ,୨୭।୨:  ଜୀବନ ବୀମା ପଲିସି ନେଉଥିବା ଲୋକଙ୍କୁ ସାବଧାନ କରାଇଲେ ସୁପ୍ରିମକୋର୍ଟ। ପଲିସି ନେବା ସମୟରେ ପ୍ରସ୍ତାବ ପତ୍ରରେ ପୂର୍ବରୁ ନିଆଯାଇଥିବା ପଲିସିର ଖୁଲାସା ନକରିବା ଉପରେ କ୍ଲେମ୍ ଦେବାକୁ ମନା କରି ଦିଆଯାଇ ପାରେ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ତେବେ ଯେଉଁ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରୁଥିଲେ, ସେଥିରେ ଆବେଦନକାରୀଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ଓ ବୀମା କମ୍ପାନୀକୁ ୯ ପ୍ରତିଶତ ସୁଦ୍ଧ ଦରରେ ବୀମା ରାଶି ପରିଶୋଧ କରିବାର ନିର୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ବିବି ନାଗରତ୍ନ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି କହିଛନ୍ତି, ବୀମା ଏକ ସମ୍ପୂର୍ଣ୍ଣ  ବୈଧ ଅନୁବନ୍ଧ। ତେଣୁ ଆବେଦକଙ୍କ ଏହା କର୍ତ୍ତବ୍ୟ ଯେ, ସେ ପଲିସି ନେବା ବେଳେ ସବୁ ତଥ୍ୟର ଖୁଲାସା କରନ୍ତୁ, ଯାହାକି ପ୍ରସ୍ତାବିତ ବିପଦକୁ ସ୍ବୀକାର କରିବାରେ ବୀମାକର୍ତ୍ତା କମ୍ପାନୀ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପାରେ।’ ଖଣ୍ଡପୀଠ କହିଛନ୍ତି, ପ୍ରସ୍ତାବ ପତ୍ରରେ ଦିଆଯାଇଥିବା ତଥ୍ୟ ବୀମା ଅନୁବନ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଉଛି। ଏହାର ଖୁଲାସା ନକଲେ ଦାବୀକୁ ଅସ୍ବୀକାର କରାଯାଇପାରେ।’ ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କୌଣସି ତଥ୍ୟର ଭୌତିକତାର ନିର୍ଦ୍ଧାରଣ କେସ୍‌-ଟୁ-କେସ୍‌ ଆଧାରରେ କରାଯିବା ଦରକାର।

‘ଲାଇଭ ଲ’ର ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ମାମଲାରେ ଆବେଦନକାରୀ ମହାବୀର ଶର୍ମାଙ୍କ ବାପା ରାମକରଣ ଶର୍ମା ୯ ଜୁନ୍ ୨୦୧୪ ରେ ଏକ୍ସାଇଡ୍ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀରୁ ୨୫ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି ନେଇଥିଲେ। ତେବେ ତା ପର ବର୍ଷ ୧୯ ଅଗଷ୍ଟ ୨୦୧୫ ରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ପିତାଙ୍କ ମୃତ୍ୟୁ ପରେ ଆବେଦନକାରୀଙ୍କ ପୁଅ ଏକ୍ସସାଇଡ୍ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀ ନିକଟରେ ପଲିସି କ୍ଲେମର ଆବେଦନ କରିଥିଲେ, କିନ୍ତୁ କମ୍ପାନୀ ଏହି ଆଧାରରେ ଦାବୀକୁ ଅସ୍ବୀକାର କରିଥିଲେ ଯେ, ଆବେଦନକାରୀଙ୍କ ବାପା ପଲିସି ନେବା ସମୟରେ ପୁରୁଣା ପଲିସିର ବିବରଣୀ ଲୁଚାଇ ରଖିଥିଲେ। ସେ ଅଭିଭା ଲାଇଫ୍ ଇନସ୍ୟୁରାନ୍ସରୁ ନେଇଥିବା ଏକ ପଲିସିର ଖୁଲାସା କରିଥିଲେ, ସେଭଳି ଅନ୍ୟ ଜୀବନ ବୀମା ପଲିସିର ବିବରଣୀ ଦେଇନଥିଲେ।

କମ୍ପାନୀ ପକ୍ଷରୁ କ୍ଲେମ ଖାରଜ କରାଯିବା ପରେ ମହାବୀର ଶର୍ମା ରାଜ୍ୟ ଓ ରାଷ୍ଟ୍ରୀୟ ଉପଭୋକ୍ତା କମିଶନଙ୍କ ଦ୍ବାରସ୍ତ ହୋଇଥିଲେ, କିନ୍ତୁ ସେଠାରେ ତାଙ୍କ ଦାବିକୁ ଖାରଜ କରି ଦିଆଯାଇଥିଲା। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲ। ଆରମ୍ଭରୁ କୋର୍ଟ ଜାଣିବାକୁ ପାଇଥିଲେ ଯେ, ଆବେଦନକାରୀ ତିଆରି କରିଥିବା ପଲିସି ୪୦ ଲକ୍ଷ ଟଙ୍କାର ଥିଲା, ସେଭଳି ଯେଉଁ ପଲିସିର ବିବରଣୀ ଲୁଚାଯାଇଥିଲା ଏହାର ମୋଟ ରାଶି ମାତ୍ର ୨.୩ ଲକ୍ଷ ଟଙ୍କା ଥିଲା। ତେବେ ଖଣ୍ଡପୀଠ ଏହି କଥା ଉପରେ ବିଚାର କରିଛନ୍ତି ଯେ, ଖୁଲାସା ନକରିବା ଫଳରେ ବୀମାକର୍ତ୍ତା କମ୍ପାନୀକୁ ଏହି ପ୍ରଶ୍ନ କରିବାର ସୁଯୋଗ ମିଳିଯାଇଛି ଯେ, ବୀମାଧାରକ ଏତେ କମ୍ ସମୟରେ ଦୁଇଟି ଅଲଗା ଅଲଗା ଜୀବନ ବୀମା ପଲିସି କାହିଁକି ନେଇଥିଲେ ?

କୋର୍ଟ କହିଛନ୍ତି ବୀମା କମ୍ପାନୀକୁ ସନ୍ଦେହ ରହିପାରେ କାରଣ ବର୍ତ୍ତମାନ ମାମଲାରେ ଲୁଚା ଯାଇଥିବା ଅନ୍ୟ ପଲିସି ମହତ୍ବହୀନ ରାଶିର ଥିଲା। ତେଣୁ କୋର୍ଟ କହିଛନ୍ତି, ଏହି ମାମଲାରେ ଅଳ୍ପ ଭିନ୍ନ ଭାବରେ ବିଚାର କରାଯାଇପାରେ । ବିଚାରଧୀନ ପଲିସି ମେଡିକ୍ଲେମ ପଲିସି ନୁହେଁ, ଏହା ଏକ ଜୀବନ ବୀମା କଭର ଓ ବୀମାଧାରକଙ୍କ ମୃତ୍ୟୁ ଦୁର୍ଘଟଣା କାରଣରୁ ହୋଇଛି। ତେବେ ଅନ୍ୟ ପଲିସି ବିଷୟରେ ଉଲ୍ଲେଖ ନକରିବା, ନିଆଯାଇଥିବା ପଲିସି ବିଷୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନାହିଁ।ପ୍ରତିବାଦୀ କମ୍ପାନୀ ଦ୍ବାରା ଦାବୀକୁ ଅସ୍ବୀକାର କରିହେବନି।’

ଖଣ୍ଡପୀଠ କହିଛନ୍ତି, ବୀମାକର୍ତ୍ତା କମ୍ପାନୀକୁ ଜଣାଥିଲା ଯେ, ବୀମା ନେଉଥିବା ବ୍ୟକ୍ତିଙ୍କ ପାଖରେ ଉଚ୍ଚ ବୀମା ରାଶିର ଏକ ପଲିସି ରହିଛି ଓ ଏହାକୁ ବିଶ୍ବାସ କରିଥିଲେ ଯେ ବୀମା କରିଥିବା ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ପଲିସିର ପ୍ରିମିୟମ ଦେବାର କ୍ଷମତା ମଧ୍ୟ ରହିଛି। ଏହାକୁ ଦେଖି ତାଙ୍କୁ ପଲିସି ଦିଆଯାଇଥିଲା। ତେଣୁ କୋର୍ଟ କମ୍ପାନୀ ଦ୍ବାରା ଦାବିକୁ ଖାରଜ କରିବାକୁ ଅନୁଚିତ ବୋଲି ଘୋଷଣା କରିବା ସହ ଆବେଦନକାରୀଙ୍କୁ ପଲିସି ଅନୁସାରେ ସବୁ ଲାଭ ୯% ପ୍ରତିବର୍ଷ ସୁଧ ସହ ଜାରି କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ମୃତକଙ୍କ ପୁଅକଙ୍କ ଅପିଲ ସ୍ବୀକାର କରିବା ସହ ଉପଭୋକ୍ତା କମିଶନ୍‌ଙ୍କ ରାୟକୁ ରଦ୍ଦ କରିଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.