ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବଜ୍ରପାତରେ ଚାଲିଗଲା ଦୁଇଜଣଙ୍କ ଜୀବନ

Published By : Harapriya Sethi | October 21, 2024 2:43 PM

ବୈପାରୀଗୁଡା,୨୧/୧୦: ବଜ୍ରପାତରେ ପ୍ରାଣ ହରାଇଲେ ୨ ଜଣ । ଗୋଟିଏ ଦିନରେ ବ୍ଲକର ଦୁଇଟି ପୃଥକ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ ଜଣେ ଯୁବକ ଏବଂ ଅନ୍ୟ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଦଣ୍ଡାବାଡ଼ି ଅଞ୍ଚଳର କୁମାରୀ ବଗଡ଼ାଇ ଏବଂ ମୃତ ଯୁବକ ଜଣକ କାଠରଗଡା ପଞ୍ଚାୟତର ଜଗନ ପାଇକ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ଗଦରୀପଦର ଗାଁରେ କୁମାରୀ ବଗଡ଼ାଇ ରୋଷେଇ କରୁଥିବା ବେଳେ ହଠାତ୍‌ ବଜ୍ରପାତରେ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ତାଙ୍କ ପରିବାରଲୋକେ ତାଙ୍କୁ ପ୍ରଥମେ ରାମଗିରି ଏବଂ ପରେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପରିବାର ଲୋକେ ବୈପାରୀଗୁଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟପଟେ ବୈପାରୀଗୁଡା ବ୍ଲକ ଦୋରାଗୁଡା ପଞ୍ଚାୟତର ବେରଗାଁ ଠାରେ ଜଗନ ପାଇକ ନାମକ ଯୁବକ ଗଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ସେ ଜଣେ ଗାଡ଼ି ହେଲ୍ପର ଭାବେ କାମ କରୁଥିଲେ । ତେବେ ପୋଖରୀରେ ଗାଧୋଇବା ବେଳେ ହଠାତ୍‌ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକ ଜଣକ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ଏବଂ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୈପାରୀଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.