ନୂଆଦିଲ୍ଲୀ,୨୪/୦୧: ଜେଲ୍‌ ଚାରି କାନ୍ଥ ଭିତରେ ଦିନ ରାତି କାଟୁଥିଲେ । ସେଠାରେ ମନ ମିଶିଲା । ପରସ୍ପରର ହୃଦୟ ପଢିଲେ ପ୍ରେମପକ୍ଷୀ । ପ୍ରେମକୁ ଏବେ ବିବାହରେ ସଫଳ କରିଛନ୍ତି ଦୁଇ ଅପରାଧୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜସ୍ଥାନ ଅଲୱାରେ ଦୁଇ ଆଜୀବନ କାରାଦଣ୍ଡ ପାଇଥିବା କଏଦୀ ୩୪ ବର୍ଷୀୟ ପ୍ରିୟା ସେଠ୍ ଓରଫ୍ ନେହା ସେଠ୍ ଓ ହନୁମାନ ପ୍ରସାଦ । ଦୁହେଁ ଏବେ ଚର୍ଚ୍ଚାରେ । ଜେଲ୍ ଭିତରେ ପ୍ରିୟା ଓ ହନୁମାନ ପ୍ରେମରେ ପଡ଼ିବା ପରେ ବିବାହ କରିଛନ୍ତି । ରାଜସ୍ଥାନ ହାଇକୋର୍ଟ ସେମାନଙ୍କୁ ଏହି ବିବାହ ପାଇଁ ୧୫ ଦିନିଆ ଜରୁରୀ ପାରୋଲ୍ ମଞ୍ଜୁର କରିଛନ୍ତି । ବିବାହ ହନୁମାନର  ଗ୍ରାମ ବାରୋଦାମିଓ (ଅଲୱାର)ରେ ଅନୁଷ୍ଠିତ ହୋଇଛି । ପାରୋଲ୍ ଶେଷ ହେବା ପରେ ସେମାନେ ଜେଲ୍‌କୁ ଫେରିବେ ।

​​​​​​​ପ୍ରିୟା ଜଣେ ସାଧାରଣ ଝିଅ ନୁହଁନ୍ତି । ସେ ଜୟପୁରର ସବୁଠାରୁ ଭୟଙ୍କର ଅପରାଧ ମଧ୍ୟରୁ ଗୋଟିଏ ଟଣ୍ଡର ସୁଟକେସ୍ ହତ୍ୟା ମାମଲାର ମୁଖ୍ୟ । ହତ୍ୟା ପାଇଁ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜେଲରେ ଆଉ ଜଣେ କଏଦୀଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟା ସେଠ୍ । ଜେଲ ଚାରିକାନ୍ଥ ଭିତରେ ଆରମ୍ଭ ହୋଇଥିବା ସେମାନଙ୍କ ସମ୍ପର୍କ ଏବେ ବିବାହରେ ପରିଣତ ହୋଇଛି । ଏହି ବିବାହ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି । ଦେଶକୁ ଥରାଇ ଦେଇଥିବା ସେହି ଅପରାଧକୁ ମନେ ପକାଇ ଦେଇଛି ।​​​​​​​

ଏହା ବି ପଢନ୍ତୁ...ପାରିବାରିକ ବିବାଦରୁ ସ୍ୱାମୀ ଗୁଳିରେ ସ୍ତ୍ରୀ ସମେତ ୪ ମୃତ, ଆଲମୀରାରେ ଲୁଚି ପୁଲିସ୍କୁ ଫୋନ୍ କଲେ ପିଲା

ଏହି ଦୁଇ ଅପରାଧୀ ଏବେ ଜୟପୁରର ସଙ୍ଗାନେର ଜେଲ୍‌କୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ଜେଲ୍ ରାଜସ୍ଥାନ ‘ପ୍ରିଜନର୍ସ ଓପନ୍ ଏୟାର କ୍ୟାମ୍ପ ନିୟମ, ୧୯୭୨’ ଅନୁଯାୟୀ ଚାଲୁଛି, ଯେଉଁଠାରେ ନିର୍ଦ୍ଦିଷ୍ଟ ବନ୍ଦୀମାନେ ଦିନରେ ବାହାରେ କାମ କରି ରାତିରେ ଫେରନ୍ତି । ଗତ ବର୍ଷ ସେମାନେ ଘନିଷ୍ଠ ହୋଇଥିଲେ ଏବଂ ପ୍ରେମରେ ପଡ଼ିଥିଲେ । ରିପୋର୍ଟ ଅନୁଯାୟୀ ସେମାନେ ଲିଭ୍-ଇନ୍‌ରେ ରହୁଥିଲେ ଏବଂ ବିବାହ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ଜରୁରୀ ପାରୋଲ୍ ଆବେଦନ କରିଥିଲେ । ଏହାପରେ ଜିଲ୍ଲା ପାରୋଲ କମିଟି ଉଭୟଙ୍କୁ ୧୫ ଦିନିଆ ପାରୋଲ୍ ମଞ୍ଜୁର କରିଥିଲେ ।

ପ୍ରିୟା (୩୪) ୨୦୧୮ରେ ଜୟପୁରରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା ଭୋଗୁଛନ୍ତି । ସେ ଡେଟିଙ୍ଗ୍ ଆପ୍ ମାଧ୍ୟମରେ ଦୁଷ୍ୟନ୍ତ ଶର୍ମାଙ୍କୁ ପ୍ରଲୋଭିତ କରି ହତ୍ୟା କରିଥିଲେ । ତାଙ୍କ ଶବକୁ ସୁଟକେସ୍‌ରେ ଲୁଚାଇ ଦେଇଥିଲା । ହନୁମାନ ପ୍ରସାଦ (୨୯) ୨୦୧୭ର ବହୁଚ ର୍ଚ୍ଚିତ ଅଲୱର ହତ୍ୟା ମାମଲାରେ ଦୋଷୀ । ସେ ତା’ ପ୍ରେମିକା ସହ ମିଶି ପ୍ରେମିକାର ସ୍ବାମୀ, ତିନି ପୁଅ ଓ ଭଣଜାଙ୍କୁ ବର୍ବର ଭାବେ ହତ୍ୟା କରିଥିଲା । ଜେଲ୍‌ କୋଠରୀରୁ ବିବାହ ମଣ୍ଡପ ଯାଏ ଦୁଇ କଏଦୀଙ୍କ ଏ ପ୍ରେମ ବିବାହକୁ ନେଇ ଏବେ ଚର୍ଚ୍ଚା ।