ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାତ୍ୟା ପାଇଁ ପୁରୀ ବେଳେଭୂମୀରେ ଆକ୍ସନ୍‌ ମୁଡ୍‌ରେ ପ୍ରଶାସନ

Published By : Soubhagya Ranjan | October 22, 2024 12:35 PM

ପୁରୀ,୨୨/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ଥିବାବେଳେ ପୁରୀରେ ଥିବା ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ଡାକବାଜି ଯନ୍ତ୍ର ଯୋଗେ ସମୁଦ୍ରରେ ସ୍ନାନ ନକରିବା ପାଇଁ ପର୍ଯ୍ୟଟକଙ୍କୁ ସଚେତନ‌ କରାଉଛନ୍ତି। 

ବିଶେଷ କରି ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡ଼ି ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ସଚେତନ କରାଇବା ପାଇଁ ଲାଇଫ୍‌ ଗାର୍ଡମାନେ ଅହରହ କାମ କରୁଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଘୋଷଣା ପରେ ଅନେକ ପର୍ଯ୍ୟଟକ ପୁରୀ ଛାଡ଼ୁଥିବା ନଜର ଆସିଛି। ବର୍ତ୍ତମାନ ସମୟରେ ପୁରୀ ନଯିବାକୁ ମଧ୍ୟ ପର୍ଯ୍ୟଟକମାନଙ୍କୁ କୁହାଯାଇଛି, କେବଳ ଏତିକି ନୁହେଁ ପୁରୀର ସମସ୍ତ ହୋଟେଲଗୁଡ଼ିକୁ ମଧ୍ୟ ବୁକିଂ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.